
ବାଲିଗୁଡ଼ା,୨୬/୦୬(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି NAC ଅନ୍ତର୍ଗତ ମେନରୋଡ ନିକଟରେ ରୁହନ୍ତି ଗଗନ ବିହାରୀ ରଥ | ପିତାଙ୍କ ନାମ ଲୋକନାଥ ରଥ ସେ ଦାଣ୍ଡରେ ଥିବା ଜାଗାରେ ଗୋଟିଏ ବଗିଚା କରିଛନ୍ତି | ସେହି ବଗିଚାରେ ଆଜି ୨୫ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି ଏଥିରେ ପରିବାର ସଦସ୍ଯ ମାନେ ଖୁସି ରେ ଆତ୍ମହରା ହୋଇଛନ୍ତି। ଆଜକୁ ଦୀର୍ଘ ଚାରି ବର୍ଷ ହେବ ତାଙ୍କର ବଗିଚାରେ ପ୍ରତିବର୍ଷ ବ୍ରହ୍ମକମଳ ଫୁଲ ଫୁଟୁଥିବା ଦେଖିବାକୁ ମିଳିଥିଲା | ବ୍ରହ୍ମକମଳ ଫୁଲ ଫୁଟିଥିବା ର ସ୍ଥାନୀୟ ବାସିନ୍ଦା ଜାଣିପାରି ଥିଲେ ଓ ଲୋକ ଲୋଚନ ରେ ମଧ୍ୟ ଶୁଣିପାରି ଏହି ଫୁଲକୁ ଦେଖି ବାକୁ ଲୋକେ ଗଗନ ବିହାରୀ ରଥ ଙ୍କ ଘରକୁ ଯିବାର ଦେଖିବାକୁ ମିଳିଥିଲା |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


