Saturday, November 14, 2026
Home ଆଞ୍ଚଳିକ ସହୀଦ ମାନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସହୀଦ ମାନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

59

ଖଲିକୋଟ ,୨୬/୦୬(ଜିଲ୍ଲା ଖବର) : ଚଳିତ ମାସ ୧୫ ତାରିଖରେ ଭାରତ ସୀମାନ୍ତରେ ଥିବା ଗଲୟନ ଘାଟିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନ୍ୟଙ୍କ ମଧ୍ୟରୁ ଆମ ଓଡ଼ିଶାର ଦୁଇ ଜଣ ଯବାନ ସହିଦ ହୋଇଥିଲେ। ଓଡ଼ିଶାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଏଜ ଓଡ଼ିଆ ତରଫରୁ ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଠାରେ ଏହି ସହିଦ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହିତ ସହିଦଙ୍କ ଆତ୍ମାର ସଦଗତି ନିମନ୍ତେ କେଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଓ ପରେ ପରେ ଦୁଇ ମିନଟ ପାଇଁ ନୀରବ ପ୍ରାଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରବିନ୍ଦ୍ର କୁମାର ସାହୁ, ଉପସଭାପତି ପଦ୍ମ ଚରଣ ସାହୁ, ରାଜ୍ୟ ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ,ଗଣମାଧ୍ୟମ ପ୍ରତିନିଧି ଅଶ୍ୱିନୀ ମାହାନ୍ତି, ସରୋଜ ପଟ୍ଟନାୟକ, ସଭ୍ୟ ସମୀର କୁମାର ମିଶ୍ର, ସଚିନ ପଟ୍ଟନାୟକ ଓ ଭେଜିପୁଟ ଗ୍ରାମବାସୀ ଯୋଗ ଦେଇଥିଲେ। ବକ୍ତା ମାନେ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦେବା ସହ ସହୀଦ ଯବାନଙ୍କ ଅମର ଆତ୍ମାର ସଦଗତୀ ପାଇଁ ପ୍ରାଥନା କରିଥିଲେ। ସହୀଦ ଯବାନ ଅମର ରହେ ଓ ଭାରତ ମିତାକି ଜୟ ସ୍ଲୋଗାନ ଦିଆ ଯାଇଥିଲା।