
ବାଲିଗୁଡା:୨୬/୦୬ {ଜିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାର ସହିଦ ହୋଇଥିବା ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ପରିବାରକୁ ଆଜି ଜାତୀୟ ବୀମା ରାଶି ବାବଦ ୩୦,୦୦,୦୦୦/-( ତିରିଶ ଲକ୍ଷ )ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ରାଶିର ଚେକ ସହିଦଙ୍କ ମା ବିଳାସିନ ପ୍ରଧାନଙ୍କ ହାତରେ ଫୁଲବାଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜେର ବି. କେ.ମାନ୍ଧାତା ଓ ପାବୁରିଆ ମ୍ୟାନେଜେର ଦେବବ୍ରତ ଦାସ ପ୍ରଦାନ କରିଥିଲେ। ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



