Saturday, November 14, 2026
Home ଆଞ୍ଚଳିକ ବରଗାଁ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ବୃକ୍ଷ ରୋପଣ ପାଇଁ ପୁରସ୍କୃତ

ବରଗାଁ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ବୃକ୍ଷ ରୋପଣ ପାଇଁ ପୁରସ୍କୃତ

81

ଜଗନ୍ନାଥ ପ୍ରସାଦ,୨୬/୦୬(ଜିଲ୍ଲା ଖବର) : ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ୨୦୨୦ ଉପଲକ୍ଷେ ଭଞ୍ଜନଗର ସବଡ଼ିଭିଜନ ର ବୃକ୍ଷ ରୋପଣ ନିମନ୍ତେ ଵେଷ୍ଟ ଶିକ୍ଷା ଅନୁଷ୍ଠାନ ରୂପେ ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁ, ଗଞ୍ଜାମକୁ ୧୦.୦୦୦ ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ଧରଣୀ ଧର ଉଚ୍ଚ ବିଦ୍ୟାଳୟର କିରାଣୀ ବିଦେଶୀ ସାହୁଙ୍କୁ ଜଗନ୍ନାଥପ୍ରସାଦ ଫରେଷ୍ଟର ସୁକାନ୍ତି ସାବତ ଙ୍କ ଉପସ୍ତିତିରେ ବେଲଗୁଣ୍ଠା ଫରେଷ୍ଟର ସୁରଭି ତ୍ରିପାଠୀ ତନ।ରଡା ତୋଟା ପଡିଆରେ ପ୍ରଦାନ କରିଛନ୍ତି ।ଧରଣୀ ଧର ଉଚ୍ଚ ବିଦ୍ୟାଳୟ ତରଫରୁ ରାଜ୍ୟ ସରକାରଙ୍କୁ ସେଥିପାଇଁ କୃତଜ୍ଞତା
ଜଣାଇ ଛନ୍ତି।ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁର ପ୍ରଧାନ ଶିକ୍ଷକ କେଦାର ନାଥ ସାମଲ, ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ, ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଉମା ଶଙ୍କର ବାରିକ ସମେତ ବରଗାଁ ଗ୍ରାମ ବାସି ଦୟାନିଧି ଗୌଡ଼ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର, ଛାତ୍ରୀ ଏହି ପୁରସ୍କାର ପାଇଁ ଖୁସି ହୋଇଛନ୍ତି।

ରିପୋର୍ଟ-ନିରାକାର ସାହୁ