Saturday, November 14, 2026
Home ଆଞ୍ଚଳିକ ଦୁଇ କନେଷ୍ଟବଳ ,ଜଣେ ହୋମଗାର୍ଡ ସମେତ ଦୁଇ ନର୍ସ କରୋନା ଆକ୍ରାନ୍ତ

ଦୁଇ କନେଷ୍ଟବଳ ,ଜଣେ ହୋମଗାର୍ଡ ସମେତ ଦୁଇ ନର୍ସ କରୋନା ଆକ୍ରାନ୍ତ

187

ଆସିକା,୨୫/୦୬(ଜିଲ୍ଲା ଖବର) : ଆସିକାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି।ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଏବଂ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ପଣ୍ଡାଙ୍କ ସୂଚନା ମୁତାବକ ଦୁଇଜଣ କନେଷ୍ଟବଳ ଓ ଜଣେ ହୋମଗାର୍ଡ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମିତିକି ଆଞ୍ଚଳିକ ଚିକିତ୍ସାଳୟ ଆସିକାର ଦୁଇଜଣ ନର୍ସଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ଏହି ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ବଢିଯାଇଛି। ଆସିକାକୁ ଖୁବଶୀଘ୍ର କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।

ରିପୋର୍ଟ ରତ୍ନାକର ଶିଅ