
ବାଲିଗୁଡା,୨୫-୦୬{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆ କିଆ ଗ୍ରାମ ପଞ୍ଚାୟତ ର ଚିଙ୍ଗିରିଗାଁ ଗ୍ରାମ ଦୀର୍ଘ ବର୍ଷ ଧରି ସ୍କୁଲ କୁ ଯିବା ପାଇଁ ରାସ୍ତା ନ ଥିଲା | ପିଲାମାନେ ସ୍କୁଲ କୁ ଗଲା ବେଳେ କାଦୁଅ ହୋଇ ଯାଉଥିଲେ ଏ ନେଇ ସରପଞ୍ଚ ଙ୍କୁ ଅନେକ ଥର ଦାବି କରି ଆସିଥିଲେ ଗ୍ରାମବାସୀ ବୃନ୍ଦ କିନ୍ତୁ ଏ ବର୍ଷ କଂକ୍ରିଟ ରାସ୍ତା ହେବାରୁ ଗ୍ରାମ ବାସୀ ଖୁସି ରେ ଥିବା ଜଣା ପଡୁଛି ଚିଙ୍ଗିରିଗାଁ ବାଲିଗୁଡା ଠାରୁ ମାତ୍ର ପାଞ୍ଚ କିଲୋମିଟର ସେ ରାସ୍ତା ଦେଇ ଚିଙ୍ଗିରିଗାଁ,ସଲାକିଆ ବୁଦେଲ ପଦର,ବାଲାକିଆ,ମିଡ଼ିଆ କିଆ ଏବଂ ରେବିଙ୍ଗିଆ ଓ ବରଖମା ରାସ୍ତା ଦେଇ ଲୋକମାନେ ଯିବାଆସିବା କରିଥାନ୍ତି | ପାଖ ରାସ୍ତା ଦେଇ ଲୋକ ମାନେ ବାଲିଗୁଡା ଅଫିସ କାର୍ଯ୍ୟ ରେ ଆସିଥାନ୍ତି କିନ୍ତୁ ଦୁଃଖର ବିଷୟ ରାସ୍ତା ମଝିରେ ଦନ୍ଧେ ନଦୀ ରହିଛି ଓ ଆରପାଖରେ ଚିଙ୍ଗିରିଗାଁ ସ୍କୁଲ ରହିଛି ବର୍ଷା ମାସରେ ନଦୀ ବଢ଼ି ଆସୁଥିବାରୁ ପିଲା ସ୍କୁଲ ଯାଇ ପାରୁନାହାନ୍ତି ଏବଂ ଶିକ୍ଷକ ମଧ୍ୟ ସ୍କୁଲକୁ ଯାଇପାରୁ ନାହାଁନ୍ତି ପ୍ରଶାସନ ତରଫରୁ ନୂତନ ବ୍ରିଜ କରା କଲେ ଗାଁ ଲୋକ ଯିବା ଆସିବା କରିପାରିଥାନ୍ତେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ





