Saturday, November 14, 2026
Home ଆଞ୍ଚଳିକ ଜଗନ୍ନାଥପ୍ରସାଦ ଥାନା ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ

ଜଗନ୍ନାଥପ୍ରସାଦ ଥାନା ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ

105

ଜଗନ୍ନାଥ ପ୍ରସାଦ,୨୫/୦୬ (ଜିଲ୍ଲା ଖବର) : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ।
ଖାକି ନେଉଛି ଲାଞ୍ଚ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରେ କାର୍ଯ୍ୟରତ ପ୍ରୋଭିଶନାଲ ଏସ ଆଇ ସିଦ୍ଧାର୍ଥ କୁମାର ଗୌଡ଼ । ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଗଲା କିଛି ଦିନ ତଳେ ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ଗ୍ରାମ ପଞ୍ଚୟ।ତ ର ଜଗନ୍ନାଥପାଟଣା ଗାଁ ରେ ଘର ଭଡା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।ଥାନା ରେ ଯାଇ ମାମଲା ପହଁଚିଲା।ଉକ୍ତ କେଶ କୁ ରଫା ଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ।ପି. ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେବାବେଳେ ଏସ ଆଇ ଙ୍କୁ ରେଡ଼ ହେଣ୍ଡ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ।ଏସ ଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ସମ୍ପର୍କରେ ଭିଜିଲାନ୍ସ ଅଡିସନ।ଲ ଏସ ପି ସାନ୍ତୁନ କୁମାର ପାଢୀ ସୂଚନା ଦେଇଛନ୍ତି।

ରିପୋର୍ଟ-ନିରାକାର ସାହୁ