
ମୁନିଗୁଡା,୨୪/୦୬(ଜିଲ୍ଲା ଖବର) ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ମୁନିଗୁଡା ବ୍ଲକ ଗସ୍ତରେ ଆସି ବିଡିଓ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷ୍ୟା କରିଥିଲେ।ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ସହିତ ଯୋଜନାର ସଫଳ ରୂପାୟନ ଉପରେ ଯୋର ଦେଇଥିଲେ।ପରେ ଜିଲ୍ଲାପାଳ ମହୋଦୟ ତେଲେଙ୍ଗାପଦର ପଂଚାୟତ ଗସ୍ତରେ ଯାଇଥିଲେ। ବିଡ଼ିଓ ଶ୍ରୀଯୁକ୍ତ ବେହେରା,ଯନ୍ତ୍ରୀ ଅଶୋକ କୁମାର ପାତ୍ର,ରାମଚନ୍ଦ୍ର ସୂତାର,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାକର ନାଲା ପ୍ରମୁଖ ଜିଲ୍ଲାପାଳଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବୁଲି ଦେଖାଇଥିଲେ।ବୋରିଖାଲ,ଗଙ୍ଗରାପଡା,ଖିଲାମୁଣ୍ଡା ଓ କାଣିମଣି ଠାରେ ଚାଲିଥିବା ପୋଖରୀ ଖୋଳା, ମହିଳା ସ୍ୱୟଂସହାୟକ ଗୋଷ୍ଟିଙ୍କ ନିମନ୍ତେ ଜିପିଏଲଫ ବିଲ୍ଡିଂ ଓ ପଂଚାୟତ କଲ୍ୟାଣ ମଣ୍ଡପର କାର୍ଯ୍ୟକୁ ଦେଖିଥିଲେ।ଜିଲ୍ଲାପାଳ ମହୋଦୟ ପ୍ରତେକ କାର୍ଯ୍ୟକୁ ତନ୍ନତନ୍ନ କରି ଦେଖିବା ସହ ଏହାର ଗୁଣବତ୍ତା ଉପରେ ଯୋର ଦେଉଥିବାର ଦେଖିବାକୁ ମିଳିଥିଲା।ବିଡ଼ିଓ ଶ୍ରୀ ବେହେରା ଯୋଜନା ମାନଙ୍କର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସ୍ଥାନୀୟ ଅଞ୍ଚଳର ଶ୍ରମିକ ମାନଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ଚାଲିଥିବା କହିଥିଲେ ।ପ୍ରକାଶ ଥାଉକି ମହାମାରୀ କରୋନା ଭୟରେ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଉଛନ୍ତି।ଏଣୁ ବିଭିନ୍ନ ଯୋଜନାରେ ଚାଲିଥିବା କାମରେ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବାକୁ ବ୍ଲକର ପ୍ରତି ପଞ୍ଚାୟତରେ ସ୍ଥିର ହୋଇଛି।ଜିଲ୍ଲାପାଳ ଓ ବିଡ଼ିଓଙ୍କ ବିଭିନ୍ନ ପଂଚାୟତ ଏହିଭଳି ଗସ୍ତ ଜାରି ରହିଲେ ଉନ୍ନୟନ କାର୍ଯ୍ୟ ସଠିକ ସମୟରେ ,ଉନ୍ନତ ମାନରେ ଓ ଶ୍ରମିକଙ୍କ କଲ୍ୟାଣରେ କାର୍ଯ୍ୟକାରୀ ହୋଇ ପାରିବ।ଆଉ ସରକାରଙ୍କ ଲକ୍ଷ୍ୟର ସଫଳ ରୂପାୟନ ହୋଇପାରିବ।
ରିପୋର୍ଟ ସନାତନ ନାୟକ




