
ବାଲିଗୁଡା, ୨୪/୦୬ {ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ମୁଖ୍ୟ ରାସ୍ତାରେ ଏକ ବାଇକ୍ OD 12 – 7103 ଭାରସ୍ୟାମ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡର ରେ ପିଟି ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ l ଟିକାବାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି 108 ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ | ସେଠାର ଜଣଙ୍କ ର ମୁତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି ବର୍ତ୍ତମାନ ସୁଦ୍ଧା ଉଭୟଙ୍କର ପରିଚୟ ମିଳି ପାରିପାରି ନାହିଁ l ଟିକାବାଲି ଥାନା ଅଧିକାରୀ ରେବତି ଶବର ଓ ଏସଆଇ ଦଶରଥ ହେମବ୍ରମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇ ଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



