Home ଜିଲ୍ଲା କନ୍ଧମାଳ ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୪ ଗିରଫ ଓ ମାକ୍ସ ପିକଅପ୍ ଗାଡି ଜବତ

ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୪ ଗିରଫ ଓ ମାକ୍ସ ପିକଅପ୍ ଗାଡି ଜବତ

122

ବାଲିଗୁଡା୨୪/୦୬{ଜ଼ିଲ୍ଲା ଖବର}: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ମାସରିପଡ଼ା ଛକଠାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବୋଲେରୋ ମାକ୍ସ ପିକଅପ୍ ଗାଡ଼ି ରେ ଗଞ୍ଜେଇ ଭର୍ତ୍ତି ହୋଇ ଥିବାର ପୋଲିସ ଜାଣିବାକୁ ପାଇଥିଲା | ଗାଡିଟି ସାଡ଼ିଙ୍ଗିଆ ରୁ ଭୁବନେଶ୍ୱର ଯାଉଥିଲା | ଗାଡିକୁ ଯାଞ୍ଚ କଲାବେଳେ ଗାଡି ଭିତରେ ୨୦୦ କିଲୋ ଗଞ୍ଜେଇ ଥିବାର ଜଣାପଡିଥିଲା | ଗଞ୍ଜାଇ ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି ପୋଲିସ | ଜବତ ହୋଇଥିବା ଗାଡି ର ନମ୍ବର OD12   7566 ଥିବା ଜଣା ପଡିଛି | ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଏହି ଚାରି ଜଣଙ୍କୁ ଗିରଫ କରି  ୪୮/୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ