
ବେଲଗୁଣ୍ଠା-୨୪/୦୬ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ମିତଲ୍ ଟ୍ୟୁଟୋରିଆଲ୍ ରେ ପଢୁଥିବା ଛାତ୍ରୀ ପାୟଲ ପ୍ରଧାନ ୮୭ ନମ୍ବର ରଖି ଜାତୀୟ ମେଧା ବୃତ୍ତି ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଛନ୍ତି। ପାୟଲ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ କେ. ନୂଆଗଡ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଝିଅ। ସେହିପରି ଏହି ଟ୍ୟୁଟୋରିଆଲ୍ ରେ ପଢୁଥିବା ଶିବାନନ୍ଦ ଖଟୁଆ,କୁମାରୀ ସୁହାନୀ ତ୍ରିପାଠୀ,ଜସ୍ମୀନ ସ୍ଵାଇଁ,ଚିନ୍ମୟୀ ନାୟକ ଷଷ୍ଠ ଶ୍ରେଣୀ ନାମ ଲେଖା ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏଥିରେ ଟ୍ୟୁଟୋରିଆଲ୍ ଅଧ୍ୟକ୍ଷ ଗଙ୍ଗାଧର ରଣା ସମସ୍ତ ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ଏବଂ ଅଭିଭାବକମାନଙ୍କ ସହଯୋଗକୁ ଦେଇଛନ୍ତି। ଅଧ୍ୟକ୍ଷ ଶ୍ରୀ ରଣା ଆଗାମୀ ଦିନରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁଟୋରିଆଲ୍ ରେ ଉନ୍ନତ କୌଶଳରେ ଶିକ୍ଷାଦାନ ଦେବା ସହ ଏହି ସଫଳତା ଧାରା ଜାରି ରଖିବାକୁ ସୂଚନା ଦେଇଛନ୍ତି ।ସବୁଠୁ ଖୁସିର ଖବର ବର୍ତ୍ତମାନ କରୋନା ଜନିତ ଲକ୍ ଡ଼ାଉନ୍ ଓ ସଟ୍ ଡ଼ାଉନ୍ ଘୋଷଣା ଯୋଗୁଁ ଟ୍ୟୁଟୋରିଆଲ୍ ବନ୍ଦ ଥିବାରୁ ଏହାର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ,ହ୍ଵାଟ୍ସପ ଏବଂ ଭିଡିଓ କଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି।
ରିପୋର୍ଟ ଶିବରାମ ଚୌଧୁରୀ


