Saturday, November 14, 2026
Home ଆଞ୍ଚଳିକ ବିଜେପି ପକ୍ଷରୁ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ‘ବଳିଦାନ ଦିବସ’ ପାଳିତ

ବିଜେପି ପକ୍ଷରୁ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ‘ବଳିଦାନ ଦିବସ’ ପାଳିତ

30

ବ୍ରହ୍ମପୁର ୨୪/୦୬ (ଜିଲ୍ଲା ଖବର) : ଜନ ସଂଘର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରଦାସ ମୁଖାର୍ଜୀଙ୍କ ୬୭ତମ ବଳିଦାନ ଦିବସ ହୋଇଯାଇଛି।ଏଥିରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଭାରତମାତା ପ୍ରତି ଡଃ ଶ୍ୟାମାପ୍ରଦାସ ମୁଖାର୍ଜୀଙ୍କ ଥିବା ପ୍ରଖଣ୍ଡ ରାଷ୍ଟ୍ରଭକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ସେ ମାନବତାର ଉପାସକ ବିଶିଷ୍ଟ ଶିକ୍ଷାବିତ୍ ଓ ଭାରତୀୟ ଜନସଂଘର ସଂସ୍ଥାପକ ସହିତ ତାଙ୍କର ‘ଦେଶମେ ଦୋନିସାନ୍ ତୋ ବିଧାନ ତୋ ପ୍ରଧାନ ନେହିଁ ଚାଲେଗା’ ସ୍ଲୋଗାନକୁ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ସାକାର କରୁଛନ୍ତି ବୋଲି କହିଥିଲେ। ତେଣୁ ଏହି ‘ବଳିଦାନ ଦିବସ’ଅବସରରେ ଶ୍ରୀପତି ଦେଶପ୍ରତିଥିବା ନିଜର ଦାୟିତ୍ବ ବୋଧକୁ ସୁଚାରୁରୂପେ ତୁଲାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ ଦେଇଥିଲେ। ଏ ଅବସରରେ ଜିଲ୍ଲାର ଅନ୍ୟ ବକ୍ତା ମାନେ ମଧ୍ୟ ଡଃ ଶ୍ୟାମାପ୍ରଦାସ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜିର ଏହି ସଭାରେ ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଢଙ୍ଗୀ, ନମିତାରାଣୀ ପଣ୍ଡା,କିରଣ କୁମାର ସାହୁ, କମଲ ପାତ୍ର, ଶିବଶଙ୍କର ଶତପଥି, ଉପେନ୍ଦ୍ର ସାହୁ, ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।