Thursday, November 12, 2026
Home ଆଞ୍ଚଳିକ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଜାତୀୟ ସଂଗୀତ କଳା କେନ୍ଦ୍ର ପକ୍ଷରୁ ଶୋକସଭା।

ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଜାତୀୟ ସଂଗୀତ କଳା କେନ୍ଦ୍ର ପକ୍ଷରୁ ଶୋକସଭା।

25

ବ୍ରହ୍ମପୁର-୨୪/୦୬ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ ପକ୍ଷରୁ ଦେଶର ଗଲ୍ଓ୍ଵାନ୍ ସାମରିକ ଘାଟି ନିକଟରେ ଚିନ୍ ସେନାର ପଶ୍ଚାତରେ ଆକ୍ରମଣ ଜନିତ ବୀରଗତି ପ୍ରାପ୍ତ ହୋଇଥିବା କୋଡ଼ିଏ ଜଣ ଯବାନ ଙ୍କ ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ ଏହି ଶୋକ ସଭାରେ ଚିନ ସେନାନୀ ର ହୀନମନ୍ୟତା ଓ କାପୁରୁଷଷୋଚ୍ଚିତ ଆକ୍ରମଣ ପ୍ରତି ଦୃଢ଼ ନିନ୍ଦା କରାଯିବା ସହ ଚିନ ପ୍ରସ୍ତୁତି ପଦାର୍ଥ ବର୍ଜନ କରିବା ନିମନ୍ତେ ଦୃଢ଼ ସ୍ୱର ଉତ୍ଥିତ ହୋଇଥିଲା। କଳା କେନ୍ଦ୍ରର ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ପ୍ରାରମ୍ଭିକ ସୂଚନା ଦେବାପରେ ସଭାପତି ଶ୍ରୀ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଗଲ୍ଓ୍ଵାନ୍ ସହୀଦ୍ ଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା,ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଗଣମାଧ୍ୟମ ବ୍ୟକ୍ତିତ୍ଵ ଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ବହୁ ଶ୍ରଦ୍ଧାଳୁ ସରକାରଙ୍କ ସାମାଜିକ ଦୂରତ୍ବ ରକ୍ଷା ସହ ଉପସ୍ଥିତ ରହି ଦିବଂଗତ ଆତ୍ମା ମାନଙ୍କ ପ୍ରତି ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସଜ୍ଞା ସମାହିତ ପାଢ଼ୀ ସହଯୋଗ କରିଥିଲେ ।

ରିପୋର୍ଟ ରତ୍ନାକର ଶୀୟ