Thursday, October 15, 2026
Home ଆଞ୍ଚଳିକ ବାଲିଗୁଡା ବିନା ଭକ୍ତ ରେ ଜଗନ୍ନାଥ ମନ୍ଦିର ପରି ସର ରେ ଜଗନ୍ନାଥ ଙ୍କ ରଥଯାତ୍ରା...

ବାଲିଗୁଡା ବିନା ଭକ୍ତ ରେ ଜଗନ୍ନାଥ ମନ୍ଦିର ପରି ସର ରେ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି

112

ବାଲିଗୁଡ଼ା ୨୩/୦୬(ଜିଲ୍ଲା ଖବର) : ଜଗନ୍ନାଥ ଙ୍କ ରଥଯାତ୍ରା ମନ୍ଦିର ପରିବେଶ ମଧ୍ୟରେ ସୀମିତ ଥିଲା | ଏଥିରେ ମନ୍ଦିର ର ପୂଜାରି ବାବୁଲା ପଣ୍ଡା, ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ମଧୁ ସୁଦନ ଦାଶ, ମନ୍ଦିର ଅନୁଷ୍ଠାନ ର କର୍ମକର୍ତା, ସେବାୟତ,କୀର୍ତନ ମଣ୍ଡଳୀ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ,iic ପ୍ରଶାନ୍ତ କୁମାର ବେହେରା ଓ ପୋଲିସ କର୍ମଚାରୀ, ତହସିଲଦାର କ୍ଷୀରାବ୍ଦି ତନୟା ସାହୁ , MLA ଚକ୍ର ମଣି କଂହର , ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଙ୍କ ସହ ଯୋଗ ରେ ଦେବନୀତି ଓ ଛେରା ପହରା ନୀତି କାନ୍ତି କରାଯାଇ ମନ୍ଦୀର ର ଚାରି କାନ୍ଥ ଭିତରେ ସୀମିତ ଥିଲା | ଜଗନ୍ନାଥ ମନ୍ଦିର ଭିତରେ ଅସ୍ଥାୟୀ ମାଉସୀ ମା ମନ୍ଦୀର ରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଙ୍କୁ ରଖାଯାଇଥିଲା | ସମସ୍ତ ସେବାୟତ ଓ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାକ୍ସ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଥିବା ର ଦେଖିବାକୁ ମିଳିଥିଲା | ସରକାର ଙ୍କ କରନା ମୁକାବିଲା ପାଁଇ ସମସ୍ତେ ସରକାର ଗାଇଡ଼ ଲାଇନ ମାନିଚଳି ଥିଲେ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ