
ବାଲିଗୁଡା -୨୩/୦୬କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ସ୍ଥିତ ସାଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବେଳେ ଗାଡି ଚାଳକ ଗୁରୁତର ହୋଇଛି | ସୂଚନା ପ୍ରକାରେ ଆଜି ପ୍ରାୟ ଦିନ ୧୨ଟା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ତେର୍ଜାକିଆ ଅଞ୍ଚଳର ଜଣେ ଯୁବକ ନିଜ ମୋଟରସାଇକେଲରେ ବାଲିଗୁଡ଼ାରୁ ନିଜ ଗାଁ ଅଭିମୁଖେ ଯିବା ସମୟରେ ସୁନାପାଙ୍ଗା ସାଇ ମନ୍ଦିର ନିକଟରେ ଏକ ମୋଟରସାଇକେଲକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ଆଗରେ ଯାଇଥିବା ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ମୋଟରସାଇକେଲ ଚାଳକ ତଳେ ପଡ଼ି ଗୁରୁତର ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚାଳକକୁ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତ ଚାଳକ ବାଲିଗୁଡ଼ା ଥାନା ତେର୍ଜାକିଆ ଅଞ୍ଚଳର ସୁରେଶ କୁମାର ଦିଗାଲ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି । ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



