Thursday, October 15, 2026
Home ଆଞ୍ଚଳିକ ଦିନିକିଆ କନ୍ଧମାଳ ଗ୍ରସ୍ତ କରି ଫେରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ।

ଦିନିକିଆ କନ୍ଧମାଳ ଗ୍ରସ୍ତ କରି ଫେରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ।

44

ବାଲିଗୁଡା-୨୨/୦୬ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ହେଲିକେପ୍ଟର ଯୋଗେ ପହଞ୍ଚିବା ପରେ ଫୁଲବାଣୀ ଆଦର୍ଶ ଥାନା ରେ ପହଞ୍ଚି ବୁଲି ଦେଖିବା ସହ ଏଏସ ପି ଙ୍କ କାର୍ଯ୍ୟାଳୟରେ ଗୋଟଏ ସମୀକ୍ଷା ବୈଠକ କରିଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଳନ୍ଦା ପଡା ଠରେ ଥିବା ସିଆରପିଏଫ କ୍ୟାମ୍ପ ବୁଲି ଦେଖିବା ସହ ସେଠାରେ ଥିବା ବାମପନ୍ଥୀ ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଥିଲେ।ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ଡଃ.ବୃନ୍ଦା ଡ଼ି ସହ ଏସପି ପ୍ରତୀକ ଗୀତା ସିଂ ଓ ଆଇଜି.ପ୍ରବିଣ କୁମାର,ଦକ୍ଷିଣାଞ୍ଚଳ ଡି.ଆଇ.ଜୀ ସତ୍ୟବ୍ରତ ଭୋଇ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକ ମୁଖ୍ୟତଃ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଜିଲ୍ଲାରେ ଆଇନ୍ ସମ୍ପର୍କ ସହ ଗଞ୍ଜେଇ ଚାଲାଣ ଓ କୋଭିଡ଼-୧୯ ର ବିଷୟରେ ଆଲୋଚନା ହୋଇଥିଲା।କନ୍ଧମାଳ ଏସପି ଏହି କାର୍ଯ୍ୟକୁ ଭଲ ଭାବରେ ତଦାରଖ କରିଛନ୍ତି ବୋଲି ପୋଲିସ ମହାନିର୍ଦେଶକ କହିଥିଲେ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ