Monday, October 12, 2026
Home ଆଞ୍ଚଳିକ ବାଲିଗୁଡ଼ାରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ।

ବାଲିଗୁଡ଼ାରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ।

73

ବାଲିଗୁଡା-୨୩/୦୬ ବିନା ଭକ୍ତ ରେ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ରଥଯାତ୍ରା ମନ୍ଦିର ପରିବେଶ ମଧ୍ୟରେ ସୀମିତ ଥିଲା। ଏଥିରେ ମନ୍ଦିରର ପୂଜାରି ବାବୁଲା ପଣ୍ଡା,ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ମଧୁ ସୁଦନ ଦାଶ,ମନ୍ଦିର ଅନୁଷ୍ଠାନର କର୍ମକର୍ତ୍ତା,ସେବାୟତ,କୀର୍ତ୍ତନ ମଣ୍ଡଳୀ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ,IIC ପ୍ରଶାନ୍ତ କୁମାର ବେହେରା ଓ ପୋଲିସ କର୍ମଚାରୀ,ତହସିଲଦାର କ୍ଷୀରାବ୍ଦି ତନୟା ସାହୁ,MLA ଚକ୍ର ମଣି କଂହର,ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସହଯୋଗରେ ଦେବନୀତି ଓ ଛେରା ପହରା ନୀତି କାନ୍ତି କରାଯାଇ ମନ୍ଦିରର ଚାରି କାନ୍ଥ ଭିତରେ ସୀମିତ ଥିଲା। ଜଗନ୍ନାଥ ମନ୍ଦିର ଭିତରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ସୁଦର୍ଶନଙ୍କୁ ରଖାଯାଇଥିଲା। ସମସ୍ତ ସେବାୟତ ଓ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାକ୍ସ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ କରୋନା ମୁକାବିଲା ପାଇଁ ସମସ୍ତେ ସରକାର ଗାଇଡ଼ ଲାଇନ ମାନିଚଳି ଥିଲେ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ