ବାଲିଗୁଡ଼ା ୨୨/୦୬(ଜିଲ୍ଲା ଖବର) : କରୋନା ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ ସମଗ୍ର ଦେଶ ଚେଷ୍ଟା କରୁଥିଲା ବେଳେ କନ୍ଧମାଳ ଜିଲ୍ଲା ର କୋଟଗଡ ରେ କରୋନା ର ଭୟ ଦେଖିବାକୁ ମିଳିଛି | ସୂଚନା ଅନୁସାରେ କୋଟଗଡ ବ୍ଲକ ର ଯନ୍ତ୍ରୀ ଜଗନ୍ନାଥ ବେହେରା ଦାଦା ଙ୍କ ଦେହ ଖରାପ ଥିବାରୁ ନିଜ ଗାଁ ପୋଲସରା କୁ ଯାଇଥିଲେ | ଦୁର୍ଭାଗ୍ୟବଶତଃ ଗତ ମଙ୍ଗଳ ବାର ଦିନ ତାଙ୍କ ଦାଦା ଙ୍କର ଦେହାନ୍ତ ହୋଇଥିଲା | ଦେହାନ୍ତ ପରେ ତାଙ୍କର କରୋନା ପଜିଟିଭ ଥିବାର ଜଣାପଡିଥିଲା | ଶବ ସତ୍କାର ସରିଲା ପରେ ଗତ ବୁଧବାର ଦିନ ନିଜ ପରିବାରକୁ ଧରି କୋଟଗଡ ଫେରିଥିଲେ | ସେ ଅଫିସ କର୍ମଚାରୀ ଙ୍କ ସହିତ ମିଳାମିଶା କରୁଥିଲେ ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ ଖବର ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳ ଙ୍କ ନିର୍ଦ୍ଧେସରେ ଯନ୍ତ୍ରୀ ଶ୍ରୀ ବେହେରା ଙ୍କ ପରିବାରକୁ କୋଟଗଡ ର ଅସ୍ଥାୟୀ କୋଭିଡ ହସ୍ପିଟାଲ ରେ ସମ୍ପୃକ୍ତ ଯନ୍ତ୍ରୀ, ତାଂକ ସ୍ତ୍ରୀ ଓ ଦୁଇ ଝିଅ ଏପରି ଚାରି ଜଣ ଙ୍କୁ ରଖାଯାଇଛି | ସୂଚନା ପ୍ରକାରେ ଯନ୍ତ୍ରୀ ଜଗନ୍ନାଥ ବେହେରା ଙ୍କ ପରିବାର ର ସମସ୍ତଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠା ଯାଇଛି ସେଠାରୁ ରିପୋର୍ଟ ଆସିଲେ ଜଣାପଡିବ |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



