Tuesday, October 20, 2026
Home ଆଞ୍ଚଳିକ କୋଭିଡ଼ ହସ୍ପିଟାଲ ରେ ଯନ୍ତ୍ରୀ ଏବଂ ତାଙ୍କ ପରିବାର ।

କୋଭିଡ଼ ହସ୍ପିଟାଲ ରେ ଯନ୍ତ୍ରୀ ଏବଂ ତାଙ୍କ ପରିବାର ।

92

ବାଲିଗୁଡା-୨୨/୦୬ କରୋନା ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ ସମଗ୍ର ଦେଶ ଚେଷ୍ଟା କରୁଥିଲା ବେଳେ କନ୍ଧମାଳ ଜିଲ୍ଲାର କୋଟଗଡରେ କରୋନା ର ଭୟ ଦେଖିବାକୁ ମିଳିଛି।ସୂଚନା ଅନୁସାରେ କୋଟଗଡ ବ୍ଲକର ଯନ୍ତ୍ରୀ ଜଗନ୍ନାଥ ବେହେରା ଦାଦାଙ୍କ ଦେହ ଖରାପ ଥିବାରୁ ନିଜ ଗାଁ ପୋଲସରାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଗତ ମଙ୍ଗଳ ବାର ଦିନ ତାଙ୍କ ଦାଦା ଙ୍କର ଦେହାନ୍ତ ହୋଇଥିଲା। ଦେହାନ୍ତ ପରେ ତାଙ୍କର କରୋନା ପଜିଟିଭ ଥିବାର ଜଣାପଡିଥିଲା।ଶବ ସତ୍କାର ସରିଲା ପରେ ଗତ ବୁଧବାର ଦିନ ନିଜ ପରିବାରକୁ ଧରି କୋଟଗଡ ଫେରିଥିଲେ। ସେ ଅଫିସ କର୍ମଚାରୀଙ୍କ ସହିତ ମିଳାମିଶା କରୁଥିଲେ ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ପରିବାରକୁ କୋଟଗଡର ଅସ୍ଥାୟୀ କୋଭିଡ ହସ୍ପିଟାଲରେ ସମ୍ପୃକ୍ତ ଯନ୍ତ୍ରୀ, ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଏପରି ଚାରି ଜଣ ଙ୍କୁ ରଖାଯାଇଛି। ସୂଚନା ପ୍ରକାରେ ଯନ୍ତ୍ରୀ ଜଗନ୍ନାଥ ବେହେରାଙ୍କ ପରିବାର ର ସମସ୍ତଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠା ଯାଇଛି ସେଠାରୁ ରିପୋର୍ଟ ଆସିଲେ ଜଣାପଡିବ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ