
ଜଗନ୍ନାଥପ୍ରସାଦ ,୨୨/୦୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମ ପଞ୍ଚାୟତରେ ଘଟି ଥିବା ଗୋଷ୍ଟି ସଂଘର୍ଷରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି ଗତ ଶୁକ୍ରବାର ଦିନ ଅଲାଡି ଗ୍ରାମର ପୂର୍ବତନ ସରପଞ୍ଚ ଦିଗାମ୍ବର ସାସମଲ( ପିଣ୍ଟୁ) ଓ ତାଙ୍କ ସହଯୋଗୀ ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିଲେ। ଫେରିବା ବାଟରେ କୁମୁଣ୍ଡା ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ଠାରେ ସୁଧୀର ପଳାଇ ଓ ଭଞ୍ଜ ଡାକୁଆ ଓ କିଛି ସହଯୋଗୀ ଉଭୟଙ୍କୁ ଅଟକାଇବା ସହ ମାରପିଟ କରିଥିଲେ। ଫଳରେ ପିଣ୍ଟୁ ଓ ବସନ୍ତଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ବସନ୍ତର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାରେ ଜଗନ୍ନାଥ ପୋଲିସ କେସ ନମ୍ବର ୧୧୪/୨୦ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲେ। କିନ୍ତୁ ଆଜି ଏ ନେଇ ପୋଲିସ ଏହି ମାମଲା ରେ ଜଡ଼ିତ ଥିବା ବିଡିପୁର ଗ୍ରାମର ଭଞ୍ଜ ଡାକୁଆ,ସୁଧୀର ପଳାଇ ,ଝାଡ଼ାଭୂମି ଗ୍ରାମର ବସନ୍ତ ବିଶ୍ୱାଳ,ଓ ତେନ୍ତୁଳିଆ ଗ୍ରାମର ନାରାୟଣ ସ୍ଵାଇଁ କୁ ୩୦୨/୩୪ ଆଇପିସି ଧାରା ରେ ଗିରଫ
କରାଯିବା ସହ ୨ଟି ବାଇକ ଓ ମାରଣାସ୍ତ୍ର ଜବତ କରାଯାଇଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୂଚନା ଦେଇଛନ୍ତି।
ରିପୋର୍ଟ-ନିରାକାର ସାହୁ



