Saturday, November 14, 2026
Home ଆଞ୍ଚଳିକ ଆଡପଡାରେ କରୋନା ପଜେଟିଭ ବାହାରିବା ପରେ ଗ୍ରାମକୁ ବିଶୋଧନ ସେଞ୍ଜନ

ଆଡପଡାରେ କରୋନା ପଜେଟିଭ ବାହାରିବା ପରେ ଗ୍ରାମକୁ ବିଶୋଧନ ସେଞ୍ଜନ

14

ସାନଖେମୁଣ୍ଡି ୨୧/୦୬(ଜିଲ୍ଲା ଖବର) : ସାନଖେମୁଣ୍ଡିରେ କରୋନା ଭୁତାଣୁ ପାଦ ରଖିଥିବା ବେଳେ ସାନଖେମୁଣ୍ଡି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ସାନଖେମୁଣ୍ଡି ଅଞ୍ଚଳରେ ଭୟର ବାର୍ତାବରଣ ମଧ୍ୟରେ ଗତି କରୁଛି। ଗାତ କିଛିଦିନ ତଳେ କଙ୍କରୋଡାର ଚା ଦୋକାନି ଠାରୁ କରୋନା ପଯେଟିଭ ବାହାରିବା ପରେ ନିଜ ପରିବାରର ୪ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଆଡପଡା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ଗତକାଲି ୪ଜଣ ପଜେଟିଭ ବାହାରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ଆଡପଡା ସରପଞ୍ଚ ତଥା କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ନୀଳମାଧବ ରାଉତ ଅଞ୍ଚଳରେ ଜନସାଧାରଣଙ୍କ ମନରୁ ଭୟ ଦୂର କରିବା ପାଇଁ ଆଡପଡା ଗ୍ରାମର ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର, ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଞ୍ଚାୟତ ଅଫିସ, ରାସ୍ତାଘାଟ, ସ୍କୁଲ ଏବଂ ସଂଗୀରୋଧ କେନ୍ଦ୍ରକୁ ବିଶୋଧନ ସିଞ୍ଜନ କରିଛନ୍ତି। ମେଡିକାଲକୁ ଅସୁଥିବା ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରେ କୋଭିଡ଼ କେୟାର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିବା ସରପଞ୍ଚ ସୂଚନା ଦେଇଛନ୍ତି। ସରପଞ୍ଚଙ୍କ ଏଭଳି ମହାନତା ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।