Tuesday, October 13, 2026
Home ଆଞ୍ଚଳିକ ଦାରିଙ୍ଗବାଡି କୁ ସଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଦାରିଙ୍ଗବାଡି କୁ ସଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

102

ବାଲିଗୁଡ଼ା ୨୧/୦୬(ଜିଲ୍ଲା ଖବର) : ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ତୁଡୁକିବାଡ଼ି ଅଞ୍ଚଳରୁ ଜଣେ କରୋନା ଯୋଦ୍ଧା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା | ପଜିଟିଭ୍‌ ଚିହ୍ନଟ ହେବାପରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ରାଧାକାନ୍ତ ପ୍ରଧାନ ରବିବାର ସନ୍ଧ୍ୟା ୫ଟା ଠାରୁ ୪୮ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରିଛନ୍ତି।ସରପଞ୍ଚ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ କାଳେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରପଞ୍ଚ  ଦାରିଙ୍ଗବାଡି ପଞ୍ଚାୟତର ତୁଡ଼ୁକିବାଡ଼ି ଅଞ୍ଚଳକୁ ମଧ୍ୟ କଣ୍ଟେନ ମେଣ୍ଟ ଅଞ୍ଚଳ ଭାବେ  ଘୋଷଣା କରିଛନ୍ତି। ସଟଡାଉନ ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିବ ବୋଲି ଦାରିଙ୍ଗବାଡି ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିବା ର ଦେଖିବାକୁ ମିଳିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।