ବାଲିଗୁଡ଼ା ୨୧/୦୬(ଜିଲ୍ଲା ଖବର) : ବିଶ୍ୱ ପିତୃ ଦିବସ ଅବସରରେ ସମସ୍ତ ପିତାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା | ସନ୍ତାନ ବାପା ଓ ମା’ଙ୍କ ଠାରୁ ସଂସ୍କାର ଶିଖେ | ତେବେ ଦୁନିଆରେ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ତୋତ୍ର ହଉଛନ୍ତି ପିତା | ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ଥିଲେମଧ୍ୟ ସନ୍ତାନ ମାନଙ୍କ ପ୍ରତି ପିତାଙ୍କ ଅବଦାନ ଅତୁଳନୀୟ ଅଟେ । ଯେଉଁଠି ସନ୍ତାନର ଟିକେ କ୍ଷତ ହେଉ ବା ଯେ କୌଣସି ପ୍ରତିକୂଳ ପରିସ୍ଥିତି ରେ ମା ମନରେ କଷ୍ଟ ହେଲେ ସେ ଆଖି ରୁ ଲୁହ ଝରାଇ ନିଜ ଦୁଃଖ ଜାହିର କରିଥାନ୍ତି କିନ୍ତୁ ପିତା ନିଜ ସନ୍ତାନ ମାନଙ୍କ ଲାଳନ ପାଳନ କରି ତାଙ୍କ ଉଜ୍ୱଳ ଭବିଷ୍ୟତ ର ସ୍ୱପ୍ନ ଦେଖିଥାଏ ଏହି ଦିଗରେ ସେ ନାନାଦି ବାଧା ବିଘ୍ନ ବହୁ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଥିଲେ ମଧ୍ୟ ଏହି ଅକୁହା ବେଦନାକୁ ନିଜ ବୁକୁ ତଳେ ସମାଧି ଦେଇ ଖୁସିରେ ଥିବାଭଳି ଅଭିନୟ କରିଥାନ୍ତି କେବଳ ନିଜ ସନ୍ତାନ ଓ ପରିବାରର ଖୁସି ପାଇଁ I ପିତା ଓ ମାତା ଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଏତିକି ଯେ ମା ନିଜ ଦୁଃଖ କୁ ପ୍ରକାଶିତ କରିପାରିବେ କିନ୍ତୁ ପିତା ନିଜ ଦୁଃଖ କୁ ପ୍ରକାଶିତ କରିପାରେନା କାରଣ ସେ ଜାଣେ ସେ ହେଉଛନ୍ତି ପରିବାର ର ମେରୁଦଣ୍ଡ ଯେ କୌଣସି ପରିସ୍ଥିତି ଆସିଲେ ବି ତାକୁ ସାମ୍ନା କରି ନିଜ ଧର୍ଯ୍ୟ ର ପରିଚୟ ଦେଇଥାନ୍ତି I ଏହି ଦିନଟି ପ୍ରତ୍ୟେକ ପିତା ଏବଂ ସନ୍ତାନ ମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ଅଟେ I ଏହି ଦିନଟି କୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ନିଡାମ୍ବର ସହକାରେ ଘରେ ଘରେ ପାଳନ କରାଯାଇଛି I
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



