Wednesday, October 14, 2026
Home ଆଞ୍ଚଳିକ ଚାଇନା ସାମଗ୍ରୀ ବର୍ଜନ ଓ ଫ୍ଲାଗରେ ଅଗ୍ନି ସଂଯୋଗ ।

ଚାଇନା ସାମଗ୍ରୀ ବର୍ଜନ ଓ ଫ୍ଲାଗରେ ଅଗ୍ନି ସଂଯୋଗ ।

72

ବାଲିଗୁଡା-୨୧/୦୬ ଓକିଲ ସଂଘ ଫୁଲବାଣୀ,କନ୍ଧମାଳ ପକ୍ଷରୁ କୋର୍ଟ ଆଗରେ ଗତ ୧୫ ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକଙ୍କ ଆକ୍ରମଣ ରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରି ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କୁ ଦୀପ ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ କିଛି ସମୟ ପାଇଁ ନୀରବ ପାର୍ଥନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଚନ୍ଦ୍ର ଶେଖର ମିଶ୍ର,ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି,ବରିଷ୍ଠ ଆଇନଜୀବୀ ଦେବବ୍ରତ ପ୍ରଧାନ,ଭଗବାନ ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା,ପ୍ରତାପ ପାତ୍ର, ଅଜିତ ପଟ୍ଟନାୟକ,ସତ୍ୟ ନାରାୟଣ ବେହେରା,ଅସୀମ ପ୍ରହରାଜ,ଅଜୟ ସିଂ,ମନୋଜ ପଟ୍ଟନାୟକ,ନୋଟାରୀ ବୀରେନ୍ଦ୍ର ସୁବୁଦ୍ଧି,ପ୍ରଦୀପ୍ତ ରଞ୍ଜନ ନାୟକ,ଦୁର୍ଗା ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଚାଇନା ସାମଗ୍ରୀର ଫୋଟଚିତ୍ରରେ ଓ ଫ୍ଲାଗ ରେ ଅଗ୍ନି ସଂଯୋଗ କରିଥିଲେ।