
ବାଲିଗୁଡା-୨୧/୦୬କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର୍ ରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର,ଏସଡିପିଓ,ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ ମୃତକଙ୍କ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ୍। ସେପଟେ ଯୁବକ ଜଣକ ହାଇଦ୍ରାବାଦରୁ ଆସିଥିଲେ ଓ ବାଲିଗୁଡା କୋଭିଡ୍ କେୟାର ସେଣ୍ଟର୍ ବଡ଼ଗାଁ ରେ ରହିଥିଲେ। ମୃତକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ଭୋର୍ ସମୟରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଡକାଇ ଶବ ବ୍ୟବଚ୍ଛେଦ କରିଥିଲେ। ସ୍ବାବ୍ ରିପୋର୍ଟ ଆସିଲେ ମୃତକ କରୋନା ଆକ୍ରାନ୍ତ କି ନାହିଁ ତାହା ଜଣାପଡ଼ିବ ବୋଲି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ କହିଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



