Saturday, November 14, 2026
Home ଆଞ୍ଚଳିକ କରୋନା ସଚେତନ ଶୋଭାଯାତ୍ରା

କରୋନା ସଚେତନ ଶୋଭାଯାତ୍ରା

32

ବ୍ରହ୍ମପୁର,୨୦/୦୬ (ଜିଲ୍ଲା ଖବର) :ସ୍ଥାନୀୟ ବାଲାଜୀ ପେଣ୍ଠ ସାହି ଅଙ୍ଗନବାଡ଼ି କର୍ମୀ ସୁମତୀ ସାହୁଙ୍କ ତତ୍ତ୍ଵାବଧାନରେ ‘କରୋନା ସଚେତନ ଶୋଭାଯାତ୍ରା’ ବାଲାଜୀ ପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ବାହାରି ସମଗ୍ର ଅଞ୍ଚଳ ପ୍ରଦକ୍ଷିଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଏଏନ୍ଏମ୍ ସସ୍ମିତା ସାହୁ ଉଦ୍ଘାଟନ କରିବା ସହ ଆମେ ସଚେତନ ରହିଲେ ସଂପ୍ରତି ଦେଖାଦେଇଥିବା ବିଶ୍ଵତ୍ରାସୀ କରୋନା ମହାମାରୀକୁ ସହଜରେ ପ୍ରତିହତ କରିହେବ ବୋଲି ଉଦବୋଧନ ଦେବାସହ ନିୟମିତ ଭଲ ଭାବରେ ସାବୁନ୍ ରେ ହାତ ଧୋଇବା, ଘରୁ ବାହାରିବା ସହିତ ମାକ୍ସ୍ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରି ଚଳ ପ୍ରଚଳ ହେବା ଏବଂ ଜ୍ଵର, କାଶ, ସର୍ଦ୍ଦି ହେଲେ କାହା ସହିତ ମିଳାମିଶା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ନିମନ୍ତେ ଉପସ୍ଥିତ ସ୍ଵୟଂ ସହାୟକ ସଂଘ ର ମା’ମାନଙ୍କୁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡି ସହାୟିକା ଏମ୍. କାମେଶ୍ଵରୀ ଏବଂ ସ୍ଥାନୀୟ ଆଶା ସୁଜାତା ସାହୁ ରାମଲିଙ୍ଗେଶ୍ଵର ସେକ୍ଟର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ କରୋନା ସଚେତନ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ ରତ୍ନାକର ଶିଅ ।