
ବାଲିଗୁଡା,୨୦/୦୬(ଜିଲ୍ଲା ଖବର) : ବାଲିଗୁଡ଼ା ଠାରେ ହେଲପିଙ୍ଗ ହ୍ୟାଣ୍ଡ ୟୁଥ ଆଷୋସିଏସନ ତରଫରୁ ସହିଦ ଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଦେଖିବାକୁ ମିଳିଛି | ସୂଚନା ମୁତାବକ ଭାରତ ମାତା ର ବୀରପୁତ୍ର ସହିଦ ଜବାନକୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ଆଜି କଥୋଲିକ ଚର୍ଚ୍ଚ ଠାରୁ ହେଲପିଙ୍ଗ ହେଣ୍ଡ ଏଣ୍ଡ ୟୁଥ ଆଷୋସିଏ ସନ ତରଫରୁ ମାସ୍କ ପରିଧାନ କରି କନ୍ଧମାଳ ମାଟିର ବୀର ପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନ ଙ୍କର ସହିଦ ପୋଷ୍ଟର ଧରି କ୍ୟାଣ୍ଡେଲ ଜାଳି ଶୋଭା ଯାତ୍ରା ରେ PWD ଛକ ପର୍ଯ୍ୟନ୍ତ ଯାଇଥିଲେ | ଏଥିରେ ଦୁଃଖରେ ମର୍ମାହତ ହୋଇ ପଡ଼ିଥିବା ଲୋକଙ୍କୁ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଶେଷରେ PWD ଛକ ଠାରେ ସହିଦ ଙ୍କ ଉଦେଶ୍ୟ ରେ ଦୀପ ପ୍ରଜ୍ୱଳନ କରାଯାଇ ଥିଲା | ଏଥିରେ ସଭାପତି ସୁଧାଂଶୁ ଶେଖର ମଲ୍ଲିକ, ସମ୍ପାଦକ ଫିଲିପ କୁମାର ଡିଗାଲ, ଉପଦେଷ୍ଟା ବଂଶୀଧର ନାୟକ, ପ୍ରଦୀପ ସିଂ ପ୍ରଭୁତି କର୍ମକର୍ତା ମାନେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା ରେ ଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



