
ବାଲିଗୁଡ଼ା ୨୦/୦୬(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର୍ ରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ମୃତକଙ୍କ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ୍ । ସେପଟେ ଯୁବକ ଜଣକ ହାଇଦ୍ରାବାଦରୁ ଆସିଥିଲେ ଓ ବାଲିଗୁଡା କୋଭିଡ୍ କେୟାର ସେଣ୍ଟର୍ ବଡ଼ଗାଁ ରେ ରହିଥିଲେ । ମୃତକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ଭୋର୍ ସମୟରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଡକାଇ ଶବ ବ୍ୟବଚ୍ଛେଦ କରିଥିଲେ | ସ୍ବାବ୍ ରିପୋର୍ଟ ଆସିଲେ ମୃତକ କରୋନା ଆକ୍ରାନ୍ତ କି ନାହିଁ ତାହା ଜଣାପଡ଼ିବ ବୋଲି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ କହିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



