Wednesday, November 11, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ 3 ବର୍ଷ ହେଲା ଆଦର୍ଶ ଗୁହାଳ ଘର ର ବିଲ୍...

ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ 3 ବର୍ଷ ହେଲା ଆଦର୍ଶ ଗୁହାଳ ଘର ର ବିଲ୍ ନ ହେବା ଅଭିଯୋଗ

75

ଜଗନ୍ନାଥ ପ୍ରସାଦ,୨୦/୦୬(ଜିଲ୍ଲା ଖବର) : ଓଡିଶା ହେଉଛି କୃଷି ପ୍ରାଧାନ୍ୟ ରାଜ୍ୟ । ଓଡ଼ିଶାର ନବେଭାଗ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ସେପଟେ ଜୟ କିଷାନ ନାରା ଦେଉଛନ୍ତି ସରକାର । କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏଠି ଫଳ ଶୁନୁ । ସରକାରଙ୍କର ଏହି ଯୋଜନାରୁ କିଏ ଫାଇଦା ଉଠଉଛି ତ ଆଉ କିଏ ବ୍ଲକ ଅଫିସି ଦଉଡି ଦଉଡି ଛିଡି ଯାଉଛି ଚପଲ । ଏପରି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ କୁଶାପଲି ଗ୍ରାମର ସୁନୀଲ ରାଉତ । ସୁନିଲି କୁ ତିନିବର୍ଷ ତଳେ ମିଳିଥିଲା ସରକାରଙ୍କ ତରଫରୁ ଆଦର୍ଶ ଗାଇ ଗୁହାଳ । ଏହି ଗାଈ ଗୁହାଳ ତିନିବର୍ଷ ହେବ ଅଧା ପନ୍ତରିୟା ଅବସ୍ଥାରେ ପଡିରହିଛି । ସୁନୀଲ ଯେତେ ଗୁହାରି କଲେ ବି ଶୁଣୁନାହାନ୍ତି ବାବୁ ମାନେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୁନୀଲ ରାଉତ।
ହେଲେ ଦେଖିବାକୁ ବାକି ରହିଲା ସୁନୀଲ କୁ ମିଳିଥିବା ଏହି ଅଧାପନ୍ତରିଆ ଗୁହାଳ ଘର କେବେ ପୁର୍ଣ ହେବ ଓ ଗାଈ ଗୁଡିକର ଅବସ୍ଥା ସୁରକ୍ଷିତ ହେବ।

ରିପୋର୍ଟ-ନିରାକାର ସାହୁ