
ରାୟଗଡ଼ା ୧୯/୦୬(ଜିଲ୍ଲା ଖବର) : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଦୋଳ ଗ୍ରାମରୁ ଆରମ୍ଭ ହୋଇଛି ସତ୍ୟବ୍ରତଙ୍କ ସଂଗ୍ରାମୀ ପଦଯାତ୍ରା।ଏହିକ୍ରମରେ ସେ ଆଜି ମୁନିଗୁଡା ବ୍ଲକରେ ପହଞ୍ଚିଥିଲେ।ସତ୍ୟବ୍ରତଙ୍କ ଜାତିପ୍ରିତୀ ତାଙ୍କର ଏକନିଷ୍ଠ ମୂଳ ଲକ୍ଷ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ।ଏଣୁ ସେ ଗତ ବର୍ଷ ଜୁଲାଇ ମାସ ୧୦ତାରିଖ ଠାରୁ ଘରୁ ବାହାରି ଯାଜପୁର ଜିଲ୍ଲା ବଡଚଣାରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ସେ ୧୯ଟି ଜିଲ୍ଲାର ୧୯୮ଟି ବ୍ଲକରେ ପହଂଚି ଲୋକମାନଙ୍କୁ ସଚେତନ କରାଇବା ସହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରୁଛନ୍ତି।ଏହି ପତ୍ର ମାଧ୍ୟମରେ ସେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା,ମହାନଦୀ ଜଳ ବିବାଦର ସମାଧାନ,ପୋଲା
ଭରମ ପ୍ରକଳ୍ପ ପାଇଁ ମାଲକାନଗିରିର ଆଦିବାସୀଙ୍କ ବାସଚ୍ୟୁତ ହେବାକୁ ଥିବାରୁ ତାହା ବନ୍ଦ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି।ସତ୍ୟବ୍ରତଙ୍କ ଏକନିଷ୍ଠ ସାଧନା ଓ ଲକ୍ଷକୁ ଖରା,ବର୍ଷା ଓ ଶୀତ ବାଧା ଦେଉଥିଲେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ଚାଲିଛନ୍ତି।ସତ୍ୟବ୍ରତ ମୁନିଗୁଡ଼ାରେ ପହଂଚିବା ପରେ ସ୍ଥାନୀୟ ଅଞ୍ଚଳର ସାମାଜିକ କାର୍ଯ୍ୟକର୍ତ୍ତା ହାତୀ ପଣ୍ଡା,ଲାଡି ଶଙ୍କର ରାଓ, କ୍ଷ୍ୟମାଶାଗର ଦାସ,ସୂର୍ଯ୍ୟକାନ୍ତ ବେହେରା ଓ ମୁନିଗୁଡା ବିକାଶ ପରିଷଦର ସମ୍ପାଦକ ସୁଧାକର ମହାରଣା ପ୍ରମୁଖ ତାଙ୍କୁ ସ୍ବାଗତ କରି ଆଣିଥିଲେ।ପରେ ସତ୍ୟବ୍ରତ ବିଡ଼ିଓଙ୍କ ଅନୁପସ୍ଥିତରେ ବ୍ଲକ ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ବିଜୟ କୁମାର ବେବର୍ତ୍ତାଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ମୁନିଗୁଡାର ଯାତ୍ରା ଶେଷ କରିଥିଲେ।ସତ୍ୟବ୍ରତଙ୍କ ସତ୍ୟନିଷ୍ଠ ଉତ୍କଳୀୟ ପ୍ରୀତି ଆଉ ତାଙ୍କର ମାଟି ପ୍ରତି ମମତା ଆଜି ତାଙ୍କୁ ଅନନ୍ୟ କରିଦେଇଛି।ତାଙ୍କ ମହତ ଆଶା ଆଉ ଲକ୍ଷ ମଧ୍ୟରେ ଓଡ଼ିଶା ଭାଗ୍ୟ ପରିବର୍ତ୍ତନର କ୍ଷୀଣ ଆଲୋକ ଶିଖାଟି ସଭିଙ୍କ ପଥ ପ୍ରଦଶକ ହେଉ।ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ସହ ଅନ୍ୟ ଦୁଇ ଦାବି ଯଥାଶୀଘ୍ର ପୁର୍ଣ୍ଣହେଉ ଏହାହିଁ ମୁନିଗୁଡା ବାସୀଙ୍କ ସଦିସ୍ଛା ବୋଲି ଶ୍ରୀଯୁକ୍ତ ହାତୀ ପଣ୍ଡା ସତ୍ୟବ୍ରତଙ୍କୁ ବିଦାୟ ସମୟରେ କହିଥିଲେ।
ରିପୋର୍ଟ ସନାତନ ନାୟକ ।


