Tuesday, October 13, 2026
Home ଆଞ୍ଚଳିକ ବାଲିଗୁଡା ବୋଲେରୋ ଗାଡ଼ିରୁ ୧୮୫ କେଜି ଗଞ୍ଜେଇ ଜବତ

ବାଲିଗୁଡା ବୋଲେରୋ ଗାଡ଼ିରୁ ୧୮୫ କେଜି ଗଞ୍ଜେଇ ଜବତ

88

ବାଲିଗୁଡ଼ା,୧୯/୦୬ (ଜିଲ୍ଲା ଖବର) : ସୂଚନା ପ୍ରକାରେ ୧୮ ତାରିଖ ଦିନ ଭୋର ସକାଳେ DSP ମନୋଜ କୁମାର ପୂଜାରୀ ଓ ପୋଲିସ କର୍ମଚାରୀ ପେଟ୍ରୋଲିଂ କରୁଥିଲା ବେଳେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ବାଲିଗୁଡା ପୋଲିସ୍ ନାଡାପଟାଙ୍ଗା ଅଂଚଳରୁ ଗୋଟିଏ ନମ୍ବର ବିହୀନ ବୋଲେରୋ ଗାଡ଼ିରୁ ୧୮୫ କେଜି ଗଞ୍ଜେଇ ଜବତ କରିଛି। ଅନ୍ଧାର ରାତି ଓ ଜଙ୍ଗଲିଆ ରାସ୍ତାର ସୁଯୋଗ ନେଇ ଡ୍ରାଇଭର ଗାଡି ଛାଡି ଦୌଡ଼ି ପଲାଇଛି। ପୋଲିସ ଗାଡିକୁ ଜବତ କରିବା ସହିତ ଗାଡ଼ିରୁ ୧୮୫ କେଜି ଗଞ୍ଜେଇ ଜବତ କରି କେଶ ନଂ ୧୨୦/୨୦ରେ ମାମଲା ରୁଜୁକରିଛି। ଘଟଣା ସ୍ଥଳରେ ଜବତ ହୋଇଥିବା ଗାଡି ର ନମ୍ବର ନଥିବାର ଜଣା ଯାଇଛି।ଜବତ ହୋଇଥିବା ଗଞ୍ଜେଇର ଅନୁମାଲିକ ମୂଲ୍ୟ 7 ଲକ୍ଷ୍ୟ ଟଙ୍କା ହେବ ବୋଲି ଆକଳନ କରାଯାଇଛି। SI ରବୀନ୍ଦ୍ର ମୁଣ୍ଡାରୀ ଏହି କେଶର ତଦନ୍ତ ଭାର ନେଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।