
ବାଲିଗୁଡା-୧୯/୦୬ସୂଚନା ଅନୁସାରେ ଗାଲୱାନ ଉପତ୍ୟକାରେ ଚୀନ ସୈନଙ୍କ ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିଲେ ଚନ୍ଦ୍ରକାନ୍ତ ପ୍ରଧାନ। ଆଜି ଅର୍ଥାତ ଶୁକ୍ରବାର ସକାଳ ୭ ଟାରେ ରାଇକିଆ ମହୋତ୍ସବ ପଡ଼ିଆରେ ଚନ୍ଦ୍ରକାନ୍ତ ପ୍ରଧାନ ଙ୍କର ମରଶରୀର ନିଜ ଜନ୍ମ ମାଟି ବିଅରପଙ୍ଗା ରେ ପହଂଚିଥିଲା। ମରଶରୀର ପହଂଚିଥିଲା ପରେ ବିଅରପଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମର ଶରୀର ନିକଟରେ ବହୁ ଲୋକଙ୍କ ଉପସ୍ଥିତରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ସେନା ତରଫରୁ ୨୧. ପ ସଲାମୀ ଦିଆଯିବା ପରେ ତାଙ୍କ ଜନ୍ମ ଭୂମି ବିଅରପଙ୍ଗାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ସହିଦ ଚନ୍ଦ୍ରକାନ୍ତଙ୍କୁ ନେଇ ସାରା ଗାଁ ଗର୍ବ କରୁଛି ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଙ୍କ ସମେତ କନ୍ଧମାଳ SP ପ୍ରତୀକ ଗୀତା ସିଂ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହି ସମୟରେ ଜିଲ୍ଲା ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ମଧ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ




