
ସାନଖେମୁଣ୍ଡି, (ପ୍ରଫୁଲ୍ଲ କୁମାର ସାବତ) : ସାନଖେମୁଣ୍ଡି ବ୍ଲକ ଗୌତମି ପଞ୍ଚାୟତ ଦେଉଳପଡି ଗ୍ରାମରେ ଗତ ୭ଦିନ ଧରି ଗଣେଷ ପୂଜା ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡିରେ ବିଭିନ୍ନ ଜାଗାରେ ଆଜି ଗଜାନନଙ୍କ ବିସର୍ଜନ ସମାପ୍ତ ହୋଇଛି। ଏଥି ମଧ୍ୟରେ ସ୍ଥାନୀୟ ଦେଉଳପଡି ଗ୍ରାମର ଗଣେଷ ବିସର୍ଜନ ଲୋକମାନଙ୍କୁ ଆକର୍ଷଣ କରିଛି। ଯଥା ଏହି ଅବସରରେ ଗଜାନନଙ୍କୁ କ୍ଷୀର ଯୋଗେ ବିସର୍ଜନ କରାଯାଇଛି। ଏହି ବିସର୍ଜନ ଅବସରରେ ଶତାଧିକ ଭକ୍ତ ଯୋଗଦେଇ ଗଜାନନଙ୍କ ବିସର୍ଜନକୁ ଆହୁରି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମୂର୍ତ୍ତି ୧୮ଫୁଟ ଉଛତାରେ ଥିଲା। ଏହି ୭ ଦିନ ମଧ୍ୟରେ ଗ୍ରାମରେ ମହାଯଜ୍ଞ ଓ ଭରପୁର ପ୍ରସାଦ ସେବନର ବ୍ୟବସ୍ତା ରହିଥିଲା। ମୁକ୍ତେଶ୍ଵର କାଳେଶ୍ୱର ଯୁବକ ସଙ୍ଘର ସଭାପତି ସୁରଜ ସାମନ୍ତରା ଓ ଉପସଭାପତି ଅରୁଣ ସାମନ୍ତରା, କୋଷାଧ୍ୟକ୍ଷ ଶ୍ରୀନୁ ଡାକୁଆ, ସଚିନ ସାହୁ ,ସୁଧାଂଶୁ ଜେନା, ଶଙ୍କର ରଣା, ଆଲୋକ ପାତ୍ର, ବାପୁଜି ସେଠି, ଚନ୍ଦନ ରଣା, ମୁନା ମହାରଣା, ପ୍ରତାପ ସାବତ, ଉମେଶ ସାହୁ ଓ ଗୌତମି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସ୍ବାଇଁଙ୍କ ସହଯୋଗରେ ଗଣେଷ ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦେଉଳପଡି ଗ୍ରାମ ପରିକ୍ରମା କରାଯିବ ପରେ ବିସର୍ଜନ କରାଯାଇଥିଲା।



