Thursday, November 12, 2026
Home ଆଞ୍ଚଳିକ ଅଲାଡ଼ି ପଂଚାୟତ ରେ ଗୋଷ୍ଠୀ ସଂଘର୍ଷ,ଦୁଇ ଗୁରୁତର କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର

ଅଲାଡ଼ି ପଂଚାୟତ ରେ ଗୋଷ୍ଠୀ ସଂଘର୍ଷ,ଦୁଇ ଗୁରୁତର କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର

271

ଜଗନ୍ନାଥ ପ୍ରସାଦ,୧୮/୦୬ (ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମ ପଂଚାୟତ ରେ ଗୋଷ୍ଠୀ ସଂଘର୍ଷ ରେ ଚାରି ଆହତ ହୋଇ ଥିବା ଖବର ମିଳିଛି। ଅଲାଡ଼ି ଗ୍ରାମ ର ପୂର୍ଵତନ ସରପଞ୍ଚ ଦିଗାମ୍ବର ସାସମଲ (ପିଣ୍ଟୁ )ଓ  ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ କୁମୁଣ୍ଡା ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରେ ସୁଧୀର ପୋଲାଇ ଓ ଭଞ୍ଜ ଡାକୁଆ ଓ ସହଯୋଗି ମଧ୍ୟରେ କୌଣସି ବିଷୟ ନେଇ ବଚସା ହୋଇଥିଲା, ଓ ଉଭୟ ମଧ୍ୟରେ ମାର ପିଟ ହୋଇ ରକ୍ତାକ୍ତ ହୋଇଥିଲେ। ପିଣ୍ଟୁ ଓ ବସନ୍ତ ଗୁରୁତର ଅବସ୍ଥା ରେ ଜଗନ୍ନାଥ ପ୍ରସାଦ ମେଡିକାଲ ରେ ପହଂଚି ଥିବା ବେଳେ ଗୁରୁତର ହେବାରୁ ଡାକ୍ତର  ଦୁହିଁଙ୍କୁ ବ୍ରହ୍ମପୁର   ମେଡିକାଲ ସ୍ଥାନାନ୍ତର କରିଛନ୍ତି ,ଓ ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲ ରେ ଚିକିତ୍ସା ହୋଇ ଥାନା ରେ ରଖି ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି l  ପୂର୍ଵ ଶତ୍ରୁତା ଓ ମଦ ବେପାର କୁ ନେଇ ଗଣ୍ଡଗୋଳ ହୋଇଥିବା ଅନୁମାନ କରାଯାଉଛି,କିନ୍ତୁ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ।

ରିପୋର୍ଟ ନିରାକାର ସାହୁ