Wednesday, October 14, 2026
Home ଆଞ୍ଚଳିକ ଓଡ଼ିଆ ଯବାନ ସହିଦ

ଓଡ଼ିଆ ଯବାନ ସହିଦ

16


ବାଲିଗୁଡା- ୧୭/୦୬ ଲଦ୍ଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି।ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରୁ ୨ଜଣ ଓଡିଆ ହୋଇଥିବା ଜଣାପଡ଼ିଛି। ଯବାନ ମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ଅନ୍ୟଜଣେ ମୟୁର ଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଯବାନ ନନ୍ଦୁରାମ ସୋରେନ କିନ୍ତୁ ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନଥିବା ବେଳେ ପରିବାର ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ