
ବାଲିଗୁଡା ୧୭/୦୬ (ଜିଲ୍ଲା ଖବର ) : ସୋମବାର ଦିନ ଲଦ୍ଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି ।ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରୁ ୨ଜଣ ଓଡ଼ିଆ ହୋଇଥିବା ଜଣାପଡ଼ିଛି । ଜଣ ଯବାନ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ଅନ୍ୟଜଣେ ମୟୁର ଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅଂଚଳର ଯବାନ ନନ୍ଦୁରାମ ସୋରେନ | କିନ୍ତୁ ଏନେଇ ସରକାରୀ ସ୍ଥରରେ କୌଣସି ସୂଚନା ଦିଆଯାଇନଥିବା ବେଳେ ପରିବାର ପକ୍ଷରୁ ସୂଚନା ମିଳିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



