ଆନ୍ଧ୍ର ବାଚଷ୍ପତି ବ୍ରହ୍ମପୁର ଆସିଥିଲେ, ମାଁ ବୁଢୀଠାକୁରାଣୀଙ୍କ ଦର୍ଶନ କଲେ

40
ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ଟି.ସୀତାରାମ ଆନ୍ଧ୍ରରୁ ଆସି ବ୍ରହ୍ମପୁର ସମ୍ପକୀୟଙ୍କ ଘରେ ରହି ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ I

ବ୍ରହ୍ମପୁର, (ସାହେବ ନାୟକ) : ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ଟି.ସୀତାରାମ ଆନ୍ଧ୍ରରୁ ଆସି ବ୍ରହ୍ମପୁର ସମ୍ପକୀୟଙ୍କ ଘରେ ରହି ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ । ମଙ୍ଗଳବାର ସକାଳେ ଗଞ୍ଜାମ ଜିଲା ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ସପରିବାର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ବ୍ରହ୍ମପୁର ସହରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ମନ୍ଦିରଟି ବହୁ ପୁରାତନ,ତେଲୁଗୁ ସଂପ୍ରଦାୟର ଅତି ଆଧ୍ୟାତ୍ମିକ ବିଶ୍ବାସ ମାଁ ପ୍ରତି ଜଡିତ ରହିଛି ।

ଦେଵୀ ମାଁ ଙ୍କ କରୁଣା ସାରା ବିଶ୍ବରେ ଅପାର। ତେବେ ଏଠାରୁ ସେ ଭୈରବୀ ମନ୍ଦିର ହୋଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଛନ୍ତି। ସୂଚନାନୁସାରେ ସୋମବାର ରାତିରେ ବାଚସ୍ପତି ସୀତାରାମ ସପରିବାର ବ୍ରହ୍ମପୁର ସହରରେ ପହଞ୍ଚି କମାପଲିଠାରେ ନିଜ ସମ୍ପର୍କୀୟଙ୍କ ଘରେ ରାତ୍ରିଯାପନ କରିଥିଲେ।