Saturday, November 14, 2026
Home ଆଞ୍ଚଳିକ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାର ମୁଖ୍ୟ କବାଟ ଭାଙ୍ଗି ଲୁଟ ଉଦ୍ୟମ

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାର ମୁଖ୍ୟ କବାଟ ଭାଙ୍ଗି ଲୁଟ ଉଦ୍ୟମ

46

ହିଞ୍ଜିଳିକାଟୁ ୧୭/୦୬ (ଜିଲ୍ଲା ଖବର ) : ଲୁଟେରାଙ୍କ ନଜର ଏବେ ପଡ଼ିଛି ବ୍ୟାଙ୍କ ଉପରେ।ଶେରଗଡ଼ ବ୍ଳକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଠୁରୁଵୁରାଇ ଗ୍ରାମ ରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାର ମୁଖ୍ୟ କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା।ବ୍ୟାଙ୍କ କର୍ମଚାରୀ ମାନେ ଗତକାଲି ନିଜ କାର୍ଯ୍ୟ ସାରି ଘରକୁ ଫେରିଥିଲେ। ରାତି ରେ କେହି ଅଜଣା ବ୍ୟକ୍ତି ମାନେ ଲୁଟ ଉଦ୍ୟମ କରି ବ୍ୟାଙ୍କର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦେଇଛନ୍ତି।ସବୁ ଠାରୁ ବଡ କଥା ଲୁଟେରା ମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗିଥିଲା ମଧ୍ୟ ଭିତରକୁ କୌଣସି କାରଣରୁ ପ୍ରବେଶ କରି ପାରିନାହାନ୍ତି ଯାହା ଫଳରେ ଏକ ବଡ଼ ଧରଣର ଲୁଟ୍ ବିଫଳ ହୋଇଛି। ସକାଳୁ ତାଲା ଭାଙ୍ଗି ଥିବା ପୋଲିସ ଖବର ପାଇ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା କେସ ନମ୍ବର ୨୦୫/୨୦ ରେ ଏକ ମାମଲା ରୁଜୁ ହୋଇଛି। ବ୍ୟାଙ୍କ ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ କୁ ଆଧାର କରି ଘଟଣା ଉପରୁ ପରଦା ଉଠିବ।ସମସ୍ତ କାଗଜ ପତ୍ର, ଟଙ୍କା ଇତ୍ୟାଦି ସୁରକ୍ଷିତ ରହିଥିବା ଆଇଆଇସି ଦାସ କହିଛନ୍ତି।

ରିପୋର୍ଟ ରଜନୀ କାନ୍ତ ପାତ୍ର ।