
ହିଞ୍ଜିଳିକାଟୁ ୧୭/୦୬ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାରେ କରୋନା ର ଚେନ୍ ଭାଙ୍ଗିବା ପାଇଁ ଏବେ ୧୯ଘଣ୍ଟା ଲକ୍ ଡାଉନ୍ ଜାରୀ ହୋଇଛି।ପଞ୍ଚାୟତ ରେ ସଚେତନା ସହ ଲକ୍ଷଣ ଟେଷ୍ଟି ମଧ୍ୟ ଚାଲିଛି।ଗଞ୍ଜାମ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ “ସ୍ଵଂୟ ସିଦ୍ଧା” ମାନେ ସାହି ସାହି ବୁଲି କରୋନା ଭୁତାଣୁ ସମ୍ପର୍କ ରେ ସଚେତନା କରିଛନ୍ତି। ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ଵବେଧାନ ରେ ଦୁର୍ବନ୍ଧ୍, ନିମିଗାଁ, ଖରିଡା,ବେଲେଗାଁ ଠାରୁ ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ମହିଳା ମାନେ ଗାଁ ରେ କରୋନା ଭୁତାଣୁ ସମ୍ପର୍କ ରେ ଲୋକଙ୍କ ଘରେ ଘରେ ପହଞ୍ଚି ସଚେତନା କରିଥିବା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସୁପର ଭାଇଜର ବନଜା ଦେବୀ, ସୋନାଲି ବେହେରା, ଏନଏମ୍ ପ୍ରମୁଖ କର୍ମୀ ମାନେ ସାମିଲ ଥିଲେ।
ରିପୋର୍ଟ ରଜନୀ ପାତ୍ର



