
ବାଲିଗୁଡା-୧୭/୦୬ସାରା ଦେଶରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଚାଲଛି । ଏନେଇ ସରକାର ଘୋଷଣା କରିଛନ୍ତି ସଚେତନତା ପାଇଁ ଲୋକଙ୍କୁ ବୁଝେଇବା ସହ ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସଂଘ ରୋଧ ଗୃହକୁ ନେଇ ପହଞ୍ଚାଇବା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମା ମାନଙ୍କୁ ଘରକୁ ଘର ପହଞ୍ଚି କଡା ନଜର ରଖିବା କୁ କୁହାଯାଇଛି। ତାସହ ସହ କିଏ ବାହାରୁ ଆସୁଛନ୍ତି, ଯଦି କାହାକୁ ଜ୍ୱର, ଥଣ୍ଡା କାଶ ହେଉଥିବ ତାହାର ପରୀକ୍ଷା କରିବା ପାଇଁ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ଅଧ୍ୟକ୍ଷତା କରିଥିଲେ ଏବଂ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ଉପସଭାପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



