Saturday, October 10, 2026
Home ଆଞ୍ଚଳିକ ଗଞ୍ଜେଇ ଚାଲାଣ ବେଳେ ମଧ୍ୟସ୍ଥି ଗିରଫ।

ଗଞ୍ଜେଇ ଚାଲାଣ ବେଳେ ମଧ୍ୟସ୍ଥି ଗିରଫ।

212

ବାଲିଗୁଡା-୧୭/୦୬ଗଞ୍ଜେଇ କାରବାରରେ ଜଣକୁ ଗିରଫ କରିଛି କ. ନୂଆଗାଁ ପୋଲିସ ଗିରଫ ବ୍ୟକ୍ତି ଜଣଙ୍କର ନାମ ନରେଶ ଡିଗାଲ ଥିବା ଜଣାପଡିଛି।ନରେଶ ଡିଗାଲ ଠାରୁ ଗୋଟିଏ ସ୍କୁଟି, ମୋବଇଲ ଫୋନ,ଏଗାର ସହ ଟଙ୍କା, ଦୁଇଟି ବ୍ୟାଙ୍କ ପାସବୁକ , ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି କ. ନୂଆଗାଁ ପୋଲିସ।ପାସବୁକ ରେ ଥିବା ତିନି ଲକ୍ଷ୍ୟ ଅଠାନବେ ହଜାର ଟଙ୍କା ( 3,98,000) କୁ ହୋଲଡ କରାଯାଇ ଥିବା ବାଲିଗୁଡା SDPO ମାନସ ରଞ୍ଜନ ବାରିକ କହିଛନ୍ତିି। କ. ନୂଆଗାଁ ପୋଲିସ ୧୩୦.୬କେଜି ଗଞ୍ଜେଇ ଜବତ କରି ନରେଶ ଡିଗାଲ ଙ୍କୁ କେଶ ନଂ 30/2020 ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଆଗରୁ ଆଳୁ ଗାଡି ରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗର ଦୁଇ ଜଣକୁ ଗିରଫ କରାଯାଇଥିଲା ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ