
ଢେଙ୍କାନାଳ ୧୬/୦୬ (ଜିଲ୍ଲା ଖବର) : କରୋନା ମହାମାରୀ କୁ ମୁକାବିଲା ପାଇଁ ସରପଞ୍ଚ ଙ୍କୁ ମିଳିଛି ଜିଲ୍ଲାପାଳ ଦାୟିତ୍ଵ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିଵୋ ପଂଚାୟତ ସରପଞ୍ଚ ସନ୍ତୋଷ ଖୁଣ୍ଟିଆ । ସଙ୍ଗରୋଧେ କେନ୍ଦ୍ରର ଅନ୍ତେବାସୀଙ୍କୁ ଦେଇଥିଲେ ଅନେକ ସୁବିଧା । ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ବାଲିବୋ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆଣୀ । ଜନୈକ ବିବାହିତା ମହିଳାଙ୍କ ମୋବାଇଲ୍ କୁ ବାରମ୍ବାର ଅଶୀଳ ମେସେଜ ଦେବା ଓ ଏକାନ୍ତରେ ଡାକିବା ଭଳି ସଂଙ୍ଗୀନ ଅଭିଯୋଗ ହୋଇଥିଲା । ଅପ୍ରଲେ ୧୧ରେ ପ୍ରଶାସନର ସମସ୍ତ ପଦସ୍ଥ ଅଧିକାରୀ ପହଁଚି କେନ୍ଦ୍ର କୁ ବନ୍ଦ କରିଦେଇଥିଲେ । ଅନନ୍ତପୁର ଗ୍ରାମ ର ଆଉ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ମଧ୍ୟ ଅସଦାଚରଣ ଅଭିଯୋଗ ମଙ୍ଗଳବାର ଆଣିଥିଲେ ।ଫଳରେ ଥାନାଧିକାରୀ ସନ୍ତୋଷ ଙ୍କୁ ଥାନା କୁ ଆଣି ଚାରିଘଣ୍ଟା ଅଟକ ରଖିଥିଲେ । କେସ ନଂ ୧୬୫୵୨୦୨୦ ରେ ମାମଲା ରୁଜୁ କରାଯାଇଛି ।ବ୍ୟକ୍ତିଗତ ମୁଚାଲିକାରେ ସରପଞ୍ଚ ବେଲରେ ବାହାରିଛନ୍ତି । ପଂଚାୟତର କିଛି ଅସହିଷ୍ଣୁ ଲୋକ ତାଙ୍କ ଭଲ କାମକୁ ସହ୍ୟ ନକରିପାରି ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି । ଯେଉଁଥିରେ ସେମାନେ ସଫଳ ହୋଇପାରିବେନି ବୋଲି କୁହନ୍ତି ଶ୍ରୀଯୁକ୍ତ ଖୁଣ୍ଟିଆ ।
ରିପୋର୍ଟ ସତ୍ୟବ୍ରତ ନାୟକ



