ସାମାଜିକ କର୍ମିଂକୁ କୋରନା ଯୋଦ୍ଧା ସମ୍ମାନ

66

କଟକ ୧୬/୦୬ (ଜିଲ୍ଲା ଖବର) : ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦିବାସୀ ହରିଜନ ବିକାଶ ପରିଷଦ ତରଫରୁ ଶିକ୍ଷକ ଭବନ ଠାରେ କୋରନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋରନା ବିରୋଧରେ ନିଜ ଜୀବନକୁ ବାଜିଲଗେଇ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଅହରହ ସଂଗ୍ରାମ କରୁଥିବା ବାଂକୀ ଭୂଖଣ୍ତର ୧୨ ଜଣ ଯୁବ ସମାଜସେବୀଂକୁ ଉତ୍ତରୀୟ ମାନପତ୍ର ଦେଇ ସଂବର୍ଦ୍ଧିତ କରିଥିଲେ ଅନୁଷ୍ଠାନର ସଭାପତି କେଶବ ଚଂଦ୍ର ବେହେରା । ବାଂକୀ ବରିଷ୍ଠ ନାଗରୀକ ସଂଘର ସଭାପତି ଗୁରୁବାରୀ ନାୟକ ଏବଂ ଅବସର ପ୍ରାପ୍ତ ଡାକ୍ତର କୈଳାଶ ଚଂଦ୍ର ରଥ..କୋରନା ସଚେତନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଖାମଖିଆଲ ନହୋଇ …ସାମାଜିକ ଦୂରତ୍ବ ,ମାସ୍କ ସାନିଟାଇଜର ର ବ୍ୟବହାରର.ଗୁରତ୍ବକୁ ଅଗ୍ରାଧିକାର ଦେବା ଉଚିତ୍ ଉପରେ ସମୁହ ଶପଥ ପାଠ କରାଯାଇଥିଲା । ଶେଷରେ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।