Saturday, November 14, 2026
Home ଆଞ୍ଚଳିକ ଗଂଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କୁ ଅମାନ୍ୟ,ଜଗନ୍ନାଥ ପ୍ରସାଦ ରେ ଚାଲୁଛି କାର, ଅଟୋ, ଓ...

ଗଂଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କୁ ଅମାନ୍ୟ,ଜଗନ୍ନାଥ ପ୍ରସାଦ ରେ ଚାଲୁଛି କାର, ଅଟୋ, ଓ ଖୋଲୁଛି ସବୁ ଦୋକାନ।

393

ଜଗନ୍ନାଥ ପ୍ରସାଦ ୧୬/୦୬ (ଜିଲ୍ଲା ଖବର) : ଛତ୍ରପୁର ରେ ପୋଲିସ ଅଧିକାରୀ ଙ୍କୁ କୋରନା ସଂକ୍ରମଣ ହେବା ଓ ଜିଲ୍ଲା ସାରା ଗୋଷ୍ଠି ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ରେ ୧୪ ତାରିଖ ଠାରୁ ୧୯ ଘଣ୍ଟିଆ lockdown ଘୋଷଣା କରା ଯାଇଛି।ସକାଳ ୭ ଠାରୁ ଦିନ ୧୨ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ଦୋକାନ ପରିବା, ରାସନ ସାମଗ୍ରୀ, କୃଷି ସାମଗ୍ରୀ, ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହାର ସାମଗ୍ରୀ, ଇଲେକ୍ଟ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପତ୍ର ସଂଖ୍ୟା-3693/14.6.20ରେ ଉଲେଖ୍ୟ ଥିଲା ବେଳେ ସମସ୍ତ ଦୋକାନ ଖୋଲା ରହୁଛି।ସେହିପରି ସ୍ୱାସ୍ଥ୍ୟ ଓ ଅତି ଆବଶ୍ୟକ ,ରେ ଅଟୋ ,କାର, ଚାଲିବା ନିୟମ ଥିବା ବେଳେ ସେହି ନିୟମ ର ଅମାନ୍ୟ କରା ଯାଉଛି। ଜିଲ୍ଲା ପ୍ରଶାସନ ର ନିୟମ କୁ ଅମାନ୍ୟ କରା ଯାଉ ଥିବାରୁ ସମାଜସେବୀ ସତ୍ୟ ଶୋଭମ ରଥ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।ଜିଲ୍ଲା ପ୍ରଶାସନ ର ନିୟମ ନ ମାନିଲେ ଗୋଷ୍ଠି ସଂକ୍ରମଣ ହେବ ବୋଲି ବୁଦ୍ଧିଜୀବି ମହଲ ରୁ ପ୍ରକାଶ।

ରିପୋର୍ଟ-ନିରାକାର ସାହୁ