Tuesday, October 13, 2026
Home ଆଞ୍ଚଳିକ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

30

ବାଲିଗୁଡା ୧୬/୦୬ (ଜିଲ୍ଲା ଖବର) : ବାଲିଗୁଡା ଠାରେ ରଥଯାତ୍ରା ର ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ କନଫରେନ୍ସ ହଲ ଠାରେ ଦିନ ୧୧ ଟା ସମୟରେ ଆରମ୍ଭ ହୋଇଥିଲା | ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ,ତହସିଲଦାର କ୍ଷୀରାବ୍ଦି ତନୟା ସାହୁ,iic ପ୍ରଶାନ୍ତ କୁମାର ବେହେରା ଓ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଙ୍କ ଅଧକ୍ଷାତା ରେ ବୈଠକ ଆରମ୍ଭ ହୋଇଥିଲା | ଉକ୍ତ ବୈଠକ ରେ ଆଲୋଚନା ର ବିଷୟ ଗୁଡିକ ହେଲା ରଥଯାତ୍ରା ଦିନ ବାଲିଗୁଡା ସହର ନାକାବନ୍ଦୀ ରହିବ | ନିଦ୍ଧିଷ୍ଟ କେତୋଟି ଦୋକାନ ଛାଡି ସମସ୍ତ ଦୋକାନ ବନ୍ଦ ରହିବ | ମାକ୍ସ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ରଥ ଟଣାଯିବ ଓ କୌଣସି ଭକ୍ତ ରଥ ଟାଣି ପାରିବେ ନାହିଁ | ଉକ୍ତ ଦିନ ଶୁଖିଲା ଭୋଗ ପୂଜା ହେବ ନାହିଁ କେବଳ ମନ୍ଦିର ଭୋଗ, ଉପଜିଲ୍ଲାପାଳ ଙ୍କ ଭୋଗ ଭୋଗ ପୂଜା ହେବ | ମାଉସୀ ମା ମନ୍ଦିର ଠାରେ ବାରିକେଟ ର ବ୍ୟବସ୍ତା କରାଯିବ | ଜଗନ୍ନାଥ ରଥ ଟଣା ର ଦାଇତ୍ୱ ବିଡ଼ିଓ ନରେଶ ଚନ୍ଦ୍ର ଶବର, ବଳଭଦ୍ର ରଥ ଟଣା ର ଦାଇତ୍ୱ iic ପ୍ରଶାନ୍ତ କୁମାର ବେହେରା ,ସୁଭଦ୍ରା ରଥର ଦାଇତ୍ୱ ତହସିଲଦାର କ୍ଷୀରାବ୍ଦି ତନୟା ସାହୁ ଦାଇତ୍ୱ ଭାର ନେଇଛନ୍ତି | ଉକ୍ତ ଦିନ ଶୁଖିଲା ଭୋଗ ବନ୍ଦ ରଖିବା କୁ ନିଷ୍ପତି ହୋଇଛି | ଏଥିରେ ଜଗନ୍ନାଥ ମନ୍ଦିର ର ସମ୍ପାଦକ ମଧୁ ସୁଦନ ଦାଶ, ମନ୍ଦିର ସଦସ୍ୟ,କିଛି ସାମ୍ବାଦିକ ଓ ଅନ୍ୟାନ୍ୟ ଅଫିସ କର୍ମଚାରୀ ବୈଠକ ରେ ଉପସ୍ଥିତ ଥିବା ର ଦେଖିବାକୁ ମିଳିଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।