
ବାଲିଗୁଡା -୧୬/୦୬ଆଜି ବାଲିଗୁଡା ଠାରେ ରଥଯାତ୍ରା ର ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ କନଫରେନ୍ସ ହଲ ଠାରେ ଦିନ ୧୧ଟା ସମୟରେ ଆରମ୍ଭ ହୋଇଥିଲା । ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ,ତହସିଲଦାର କ୍ଷୀରାବ୍ଦି ତନୟା ସାହୁ,IIC ପ୍ରଶାନ୍ତ କୁମାର ବେହେରା ଓ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା। ଉକ୍ତ ବୈଠକ ରେ ଆଲୋଚନାର ବିଷୟ ଗୁଡିକ ହେଲା ରଥଯାତ୍ରା ଦିନ ବାଲିଗୁଡା ସହର ନାକାବନ୍ଦୀ ରହିବ। ନିର୍ଦ୍ଧିଷ୍ଟ କେତୋଟି ଦୋକାନ ଛାଡି ସମସ୍ତ ଦୋକାନ ବନ୍ଦ ରହିବ। ମାକ୍ସ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ରଥ ଟଣାଯିବ ଓ କୌଣସି ଭକ୍ତ ରଥ ଟାଣି ପାରିବେ ନାହିଁ । ଉକ୍ତ ଦିନ ଶୁଖିଲା ଭୋଗ ପୂଜା ହେବ ନାହିଁ କେବଳ ମନ୍ଦିର ଭୋଗ, ଉପଜିଲ୍ଲାପାଳଙ୍କ ଭୋଗ ପୂଜା ହେବ ମାଉସୀ ମା ମନ୍ଦିର ଠାରେ ବ୍ୟାରିକେଟର ବ୍ୟବସ୍ଥା କରାଯିବ। ଜଗନ୍ନାଥ ରଥ ଟଣା ର ଦାୟିତ୍ୱ ବିଡ଼ିଓ ନରେଶ ଚନ୍ଦ୍ର ଶବର,ବଳଭଦ୍ର ରଥ ଟଣା ର ଦାୟିତ୍ୱ IIC ପ୍ରଶାନ୍ତ କୁମାର ବେହେରା ,ସୁଭଦ୍ରା ରଥର ଦାୟିତ୍ୱ ତହସିଲଦାର କ୍ଷୀରାବ୍ଦି ତନୟା ସାହୁ ଦାୟିତ୍ୱଭାର ନେଇଛନ୍ତି।ଏଥିରେ ଜଗନ୍ନାଥ ମନ୍ଦିର ସମ୍ପାଦକ ମଧୁ ସୁଦନ ଦାଶ,ମନ୍ଦିର ସଦସ୍ୟ,କିଛି ସାମ୍ବାଦିକ ଓ ଅନ୍ୟାନ୍ୟ ଅଫିସ କର୍ମଚାରୀ ବୈଠକରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



