
ବ୍ରହ୍ମପୁର ୧୫/୦୬ (ଜିଲ୍ଲା ଖବର) : କରୋନାର ପରିବର୍ଦ୍ଧିତ ସ୍ଥିତି ଓ ସରକାରଙ୍କ ଲକ ଡାଉନ ଓ ସଡ ଡାଉନ୍ ଆଦି କଟକଣା ଯୋଗୁଁ ଜନସାଧାରଣଙ୍କୁ ମାନସିକ ଚାପରୁ ମୁକ୍ତି କରାଇବା ନିମନ୍ତେ ପ୍ରଜ୍ଞାନ ନୃତ୍ୟାୟନ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଯାଇଛି। ଅନ୍ ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରି ଏକ ଉଦାହରଣ ସୃଷ୍ଟି କରିଛି ପ୍ରଜ୍ଞାନ ନୃତ୍ୟାୟନ। ଏଥିରେ ପ୍ରାୟ ୮୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ଚିତ୍ରକଳା, ଶିଳ୍ପକଳା, ଫଟୋ ମଡେଲ୍, ସଙ୍ଗୀତ ଓ ଖାଣ୍ଟି ଓଡ଼ିଆଣୀ ବୋହୂ ଇତ୍ୟାଦି ପ୍ରତିଯୋଗିତାରେ ଭାଗନେଇଥିବା ଜଣାପଡିଛି। ଚିତ୍ରକଳାରେ ଭୁବନେଶ୍ୱରର ସାଇ ସ୍ବରୂପ ଦାସିଆ,ଶିଳ୍ପକଳାରେ ରିହାନ ପରିନିକା,ଫଟୋ ମଡେଲରେ ପୂର୍ବାସା ମଲ୍ଲିକ, ବରିଷ୍ଠ ଫଟୋ ବିଭାଗରେ ବ୍ରହ୍ମପୁରର ଜସ୍ମିନ, ଖାଣ୍ଟି ଓଡ଼ିଆଣୀ ବୋହୂରେ ବ୍ରହ୍ମପୁର ଗୋଇଲୁଣ୍ଡିର ନୋଟାରୀ ପ୍ରକାଶ ଦାସଙ୍କ ପତ୍ନୀ ତଥା ଶିକ୍ଷୟିତ୍ରୀ ଉଷାରାଣୀ ସାହୁ ,ସଂଗୀତର ବରିଷ୍ଠ ବିଭାଗରେ ପୋଲସରାର ତୃପ୍ତି ତମ୍ମନା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜଣାପଡ଼ିଛି ।ଖାଣ୍ଟି ଓଡ଼ିଆଣୀ ବୋହୂରେ ପୋଲସରାର ରୀତାରାଣୀ ମହାରଣା ଦିତୀୟ ସ୍ଥାନ ଅଧିକାର କରିଥିଲେ ।ପ୍ରଜ୍ଞାନ ନୃତ୍ୟାୟନ ମୁଖ୍ୟ ସ୍ବୟଂ ପ୍ରଜ୍ଞା ସାହୁ, ଶିକ୍ଷକ ନିରଜ କୁମାର ଜୟସିଂ, ମାନଗୋବିନ୍ଦ ନାୟକ, ସମ୍ପାଦକ ଗଦାଧର ସାହୁ ଓ ପରିଚାଳକ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉକ୍ତ ଅନଲାଇନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ।





