Monday, October 12, 2026
Home ଆଞ୍ଚଳିକ ସୁଡ୍ରା ସଂଘ ରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

ସୁଡ୍ରା ସଂଘ ରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

34

ବାଲିଗୁଡ଼ା ୧୫/୦୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ପଂଚାୟତ ର ସଂଘ ରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ ।ଏହି ପ୍ରବାସୀ ମାନେ ତାମିଲନାଡୁରୁ ଫେରି ଥିଲେ | ସେମାନେ ସଂଘ ରୋଧ ଗୃହରେ 14 ଦିନ ରହିବା ପରେ ନିଜନିଜର ଘରକୁ ଫେରି ଥିଲେ | ପ୍ରବାସୀ ଓଡ଼ିଆ ମାନଙ୍କର ଘର ପକାରୀ, ବଉଦିଙ୍ଗିଆ, ରୁତୁଙ୍ଗିଆ ଗ୍ରାମ ର ବୋଲି ଜଣା ଯାଇ ଥିଲା | ଖାଇବା ପିଇବା ର ସମସ୍ତ ବ୍ୟବସ୍ତା ଠିକ ସମୟରେ ହେଉଥିଲା ବୋଲି ପ୍ରବାସୀ ଙ୍କ ଠାରୁ ଶୁଣିବାକୁ ମିଳିଛି । ପ୍ରବାସୀ ମାନେ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ଓ ସରପଞ୍ଚ ନରସିଂହ ମଳିକଙ୍କୁ ବହୁତ ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଥିଲ ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।