ଡୁବୁରୀ ମୁଣ୍ଡିଆରେ ସତ୍ୟସାଗର ଧ୍ବନି ମନ୍ଦିର ବାର୍ଷିକ ଉତ୍ସବ

30

ଢେଙ୍କାନାଳ,୧୫/୦୬(ଜିଲ୍ଲାଖବର) : ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଗାଦି ପୃଥିବୀ ପ୍ରସିଦ୍ଧ । ଡୁବୁରୀ ମୁଣ୍ଡିଆରେ ସତ୍ୟ ମହିମା ଅଲେଖ ଗୋସାଇଁଙ୍କ ଦ୍ବାରା ୧୮୪୪ମସିହାରେ ଯୋରନ୍ଦା ଗ୍ରାମ ନିକଟରେ ସ୍ଥାପିତ ହୋଇଥିଲା ବ୍ରହ୍ମଜ୍ୟୋତି । ସ୍ଥାପନର ଦିନଥିଲା ରଜ ସଂକ୍ରାନ୍ତି । ପ୍ରଥମ ଅଖଣ୍ଡ ଧ୍ବନି ସ୍ଥାପନ ଦିବସର ସ୍ମୃତିକୁ ଉଜିବିତ କରିବାଉଦ୍ଦେଶ୍ୟରେପାଳିତହୋଇଥାଏ ।ପ୍ରତିଷ୍ଠା ଦିବସ । ପାହାଡ ରେ ଜଳକଷ୍ଟ ଲାଗି ରହିଥିବାରୁ ଗାଦି ମନ୍ଦିର ର ଦକ୍ଷିଣଦିଗକୁ ୧୮୫୬ ମସିହାରେ ସତ୍ୟସାଗର ଧ୍ବନି ମନ୍ଦିର ପ୍ରତିଷ୍ଠା କରିଯାଇଛି । ତଥାପି ମହିମା ଧର୍ମାବଲମ୍ବି ସାଧୁ ସନ୍ଥ ଜଗତ ଭଗତ ଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞ କରାଯାଇଛି । କରୋନା ମହାମାରୀ ପାଇଁ ବିଶ୍ବ ଆତଙ୍କିତ । ଏହି ଘଡିସନ୍ଦି ସମୟରେ ମୁଣ୍ଡିଆ ପାହାଡ ଉପରେ କରାଯାଇଥିବା ଯଜ୍ଞ ମଧ୍ୟ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ । ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ରାଉତ ଜନତାଙ୍କ ଉଦ୍ଦେଶ୍ୟରେ ଏହି ପାହାଡ ଉପରକୁ ପାନୀୟ ଜଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ ସତ୍ୟବ୍ରତ ନାୟକ