Tuesday, October 13, 2026
Home ଆଞ୍ଚଳିକ କନ୍ଧମାଳ କଳିଙ୍ଗା ଘାଟିରେ ଡକାୟତି ତିନିଜଣ ଗିରଫ

କନ୍ଧମାଳ କଳିଙ୍ଗା ଘାଟିରେ ଡକାୟତି ତିନିଜଣ ଗିରଫ

72

ବାଲିଗୁଡ଼ା ୧୫ /୦୬(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବାରମ୍ବାର ଲୁଟ ଓ ଡକାୟତି ହେଉଥିବାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ସୂଚନା ପ୍ରକାରେ ଲକ୍ ଡାଉନ୍ ଯୋଗୁଁ ଗାଡ଼ି ମୋଟର ଯାତାୟାତ ବନ୍ଦ ରହିଥିଲା । ଲୋକେ ନିଜ ନିଜର ସୁବିଧା ଅନୁଯାୟୀ କାର୍ କିମ୍ବା ମୋଟରସାଇକେଲ ଯୋଗେ ଯାତାୟାତ କରୁଥିଲେ । ସଦାସର୍ବଦା ରାସ୍ତା ଘାଟ ସୁନ୍ ଶାନ୍ ରହୁଥିଲା ଏହାର ସୁଯୋଗ ନେଇ ଗତ କିଛିଦିନ ଧରି କଳିଙ୍ଗା ଘାଟିରେ ଯାତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ ତରାଜ ଚଳାଇଥିଲେ ଡକାୟତି ଗ୍ୟାଙ୍ଗ୍ | ଲୋକମାନଙ୍କ ଠାରୁ ଅଭିଯୋଗ ହେବାପରେ ଡକାୟତଙ୍କୁ ଧରିବାପାଇଁ ପୋଲିସ ଯୋର୍ ଦାର୍ ଉଦ୍ୟମ ଜାରି କରିଥିଲା ଓ ଶେଷରେ ତିନିଜଣ ଡକାୟତଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ନଗଦ ୫୦୦୦ ଟଙ୍କା ସହ ୫ଟି ମୋବାଇଲ୍, ଦୁଇଟି ମୋଟରସାଇକେଲ,ଖଣ୍ଡା,କାତି ଜବତ କରିଛି ପୋଲିସ୍ । ଗିରଫ ତିନିଜଣ ଡକାୟତ କଳିଙ୍ଗା ଗ୍ରାମ ର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଶେଷରେ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ଜି.ଉଦୟଗିରି ପୋଲିସ୍ । ଘଟଣାରେ ସଂପୃକ୍ତ ତିନିଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି IIC ନରେଶ କୁମାର ସାହୁ |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।